ବିବାହ ବନ୍ଧନରେ ବାନ୍ଧିହେଲେ ଏହି ନୋବେଲ ଶାନ୍ତି ପୁରସ୍କାର ବିଜେତା

ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧିହେଲେ ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାଇ । ସେ ବିବହ କରିଥିବା ନେଇ ଟ୍ବିଟର ମାଧ୍ୟମରେ ସୂଚନା ଦେଇଛନ୍ତି । ଟ୍ବିଟରେ ଫଟୋ ପୋଷ୍ଟ କରି ମଲାଲା କହିଛନ୍ତି ଯେ, 'ଆଜି ମୋ ଜୀବନର ଏକ ମୂଲ୍ୟବାନ ଦିନ ଅଟେ । ଅସର୍ ଏବଂ ମୁଁ ଜୀବନର ସହଭାଗୀ ହେବାକୁ ପ୍ରତିଶ୍ରୁତି ବଦ୍ଧ ହେଲୁ । ଆମେ ବର୍ମିଂହାମରେ ଆମ ପରିବାର ସହିତ ଏକ ଛୋଟ ବିବାହ ସମାରୋହ ପାଳନ କରିଥିଲୁ । ଆମକୁ ଆଶୀର୍ବାଦ କରନ୍ତୁ । ଆଗକୁ ଏକାଠି ଯାତ୍ରା କରିବା ପାଇଁ ଉଭୟ ବେଶ୍ ଉତ୍କଣ୍ଠିତ ଅଛୁ ।
ମଲାଲାଙ୍କୁ ଏବେ ମାତ୍ର ୨୪ ବର୍ଷ । ନାରୀ ଶିକ୍ଷା ପାଇଁ ପାକିସ୍ତାନୀ କାର୍ୟ୍ୟକର୍ତ୍ତା ତଥା ଇତିହାସର ସର୍ବକନିଷ୍ଠ ନୋବେଲ ପୁରସ୍କାର ବିଜେତା ହୋଇଥିଲେ ମଲାଲା । ତାଙ୍କୁ ୧୬ ବର୍ଷ ବୟସ ହୋଇ ଥିବାବେଳେ ସେ ଜାତିସଙ୍ଘ ମୁଖ୍ୟାଳୟରେ ଶିକ୍ଷା କ୍ଷେତ୍ରରେ ଲିଙ୍ଗଗତ ସମାନତାର ଆବଶ୍ୟକତା ଉପରେ ଭାଷଣ ଦେଇଥିଲେ ।ବିବାହ କଲେ ପାକିସ୍ତାନର ସର୍ବ କନିଷ୍ଠ ନୋବେଲ ଶାନ୍ତି ପୁରସ୍କାର ବିଜେତା ମାଲାଲାବିବାହ କଲେ ପାକିସ୍ତାନର ସର୍ବ କନିଷ୍ଠ ନୋବେଲ ଶାନ୍ତି ପୁରସ୍କାର ବିଜେତା ମାଲାଲାତାଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ପାକିସ୍ତାନ ଦେଶରେ ପ୍ରଥମ କରି ଶିକ୍ଷା ବିଲ୍ ପ୍ରଣୟନ କରିଥିଲା । ସେ ତାଙ୍କ ଆକ୍ରମଣ ଏବଂ ଏହାର ପରବର୍ତ୍ତୀ ଘଟଣା ବିଷୟରେ 'ଆଇ ଆମ୍ ମଲାଲା' ନାମକ ଏକ ପୁସ୍ତକ ପ୍ରକାଶ କରିଥିଲେ ।
Powered by Froala Editor