ଅନ୍ୟମନସ୍କରେ କୂଅରେ ଖସିପଡ଼ିଲେ ଦୁଇ ଭାଇ, ଚାଲିଗଲା ଜୀବନ
କୂଅ ପାଖରେ ଥିବାବେଳେ ଅନ୍ୟମନସ୍କରେ ଖସିପଡିଲେ ଦୁଇଭାଇ । କିଏ ଜାଣିଥିଲା ହଠାତ୍ ଦୁଇ ଜଣଙ୍କ ଜୀବନ ଏମିତି ଚାଲିଯିବ । ଏଭଳି ଦୁଃଖଦ ଘଟଣା ଘଟିଛି ସମ୍ବଲପୁର ଲକ୍ଷ୍ମୀ ଟକିଜ ଅଞ୍ଚଳରେ । ଟାଉନ ଥାନା ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଦୁଇ ଭାଇ ହେଲେ ସ୍ଥାନୀୟ ସାହୁ କଲୋନୀର ସୁନୀଲ ତ୍ରିପାଠୀ ଓ ସୁଶୀଲ ତ୍ରିପାଠୀ । ତେବେ ଏ ଘଟଣା ଏକ ସିସିଟିଭିରେ କଏଦ ହୋଇଛି । ଯିଏ ଦେଖୁଛି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ।
ସୂଚନାଯୋଗ୍ୟ ଯେ, ଘଟଣାଟି ସୋମବାର ବିଳମ୍ବିତ ରାତିର ବୋଲି ଜଣାପଡିଛି । ସମ୍ବଲପୁର ଲକ୍ଷ୍ମୀଟକିଜ ସ୍ଥିକ ୩୦ ଫୁଟ ଗଭୀର ଏକ କୂଅରେ ଦୁଇ ଭାଇ ଖସିପଡିଥିଲେ । କୂଅ ଉପରେ ବସିଥିବା ବେଳେ ଅନ୍ୟମନସ୍କ ହୋଇ ଉଭୟ କୂଅ ଭିତରେ ଖସିପଡିଥିବା କୁହାଯାଉଛି ।
Powered by Froala Editor