ନୱାବଙ୍କୁ କାହିଁକି ଚେତାବନୀ ଦେଲେ ୱାଙ୍ଖଡେ, ଜାଣନ୍ତୁ

ମୁମ୍ବାଇ: ଏନସିବିର ମୁମ୍ବାଇ ଆଞ୍ଚଳିକ ନିଦେ୍ର୍ଧଶକ ସମୀର ୱାଙ୍ଖଡେ଼ଙ୍କ ଶାଳୀ ଡ୍ରଗ ବେପାରରେ ସମ୍ପୃକ୍ତ ବୋଲି ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲିକଙ୍କ ଅଭିଯୋଗ ପରେ ୱାଙ୍ଖଡେ ଏହା ଉପରେ ତୀବ୍ର ପ୍ରତିକି୍ରୟା ପ୍ରକାଶ କରିଛନ୍ତି । ୱାଙ୍ଖେଡ କହିଛନ୍ତି ଭଲ କଲ ବନ୍ଧୁ । ଜଣେ ମହିଳାଙ୍କ ନାମ ପ୍ରଚାର କରିଦେଲ । ବାସ୍ତବରେ ଯେତେବେଳେ ଆମେ ପ୍ରେସ ବିଜ୍ଞପ୍ତି ଜାରି କରୁ, ସେଥିରେ କୌଣସି ମହିଳାଙ୍କ ନାମ ଲେଖୁନାହିଁ । ମହିଳାଙ୍କ ମର୍ଯ୍ୟାଦାର ସୁରକ୍ଷା ପାଇଁ ଏହି ନିୟମ ଅଛି । ଦୁଇଟି ପିଲା ଓ ପରିବାର ଥିବା ଜଣେ ମହିଳାଙ୍କ ନାମ ଏପରି ଭାବେ ସର୍ବସାଧାରଣରେ ପ୍ରକାଶ କରିବା କ’ଣ ଠିକ? ଏହା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ୱାଙ୍ଖେଡ ଚେତାବନୀ ଦେଇଚନ୍ତି ।
ଏହା ପୂର୍ବରୁ ନୱାବ ମଲିକ ଏକ ‘ପ୍ରମାଣ’ ଶେୟାର କରିଥିଲେ, ଯେଉଁଥିରେ ହର୍ଷଦ ଦୀନନାଥ ରେଡକାରଙ୍କୁ ୨୦୦୮ ରେ ପଞ୍ଜିକୃତ ଏକ ଡ୍ରଗ ମାମଲାରେ ଫରେସପଣ୍ଡେଣ୍ଟ ଓ ଆଡଭୋକେଟ’ ଭାବେ ଦର୍ଶାଯାଇଛି । ଏଥିରେ ସେ ୱାଙ୍ଖେଡଙ୍କୁ ପ୍ରଶ୍ନ କରିଥିଲେ, ତାଙ୍କ ଶାଳୀ ରେଡକାର କ’ଣ ଡ୍ରଗ ବ୍ୟବସାୟରେ ସମ୍ପୃକ୍ତ? ସେ ଏହାର ଜବାବ ଦେବା ଉଚିତ କାରଣ ମାମଲାଟି ପୁଣି କୋର୍ଟରେ ଗଡୁଛି ।
Powered by Froala Editor