ଟ୍ୟାଙ୍କର ଓଲଟିବା ପରେ ତେଲ ଚୋରିରେ ମାତିଲେ ଲୋକେ
ରବିବାର ସକାଳେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ବାଇପାସରେ ସୋରିଷ ତେଲରେ ଭର୍ତ୍ତି ଥିବା ଟ୍ୟାଙ୍କର ଓଲଟି ପଡ଼ିଥିଲା। ହେଲେ ଲୋକେ ପୁଲିସକୁ ଖବର ଦେବା ବଦଳରେ ଟ୍ୟାଙ୍କରରୁ ତେଲ ଚୋରି କରିବାକୁ ଭିଡ ଲଗାଇଲେ । ସମସ୍ତଙ୍କ ହାତରେ କିଛି ନା କିଛି ବାସନ ରହିଥିବା ଦେଖିବାକୁ ମିଳିଥିଲା। ସୋରିଷ ତେଲ ଭର୍ତ୍ତି ଟ୍ୟାଙ୍କର ଓଲଟିବା ଖ୍ବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତକୁ ଆଣିଥିଲା। ସେତେବେଳକୁ ଟ୍ରକରେ ଭର୍ତ୍ତି ଥିବା ସମସ୍ତ ତେଲ ଢ଼ାଳି ହୋଇଯାଇଥିଲା।
ସୂଚନା ଅନୁଯାୟୀ, ଭୋପାଳ ବାଇପାସରେ କୋଲକତା ଟ୍ରାନ୍ସପୋର୍ଟ ନଗର ନିକଟରେ ସୋରିଷ ତେଲ ଭର୍ତ୍ତି ଏକ ଟ୍ୟାଙ୍କର ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। କୁହାଯାଉଛି ଉକ୍ତ ଟ୍ୟାଙ୍କରର ବ୍ରେକ ଫେଲ ହୋଇଯାଇଥିଲା। ସାମ୍ନାରେ ଥିବା ଅନ୍ୟ ବାହାନକୁ ବଞ୍ଚାଇବାକୁ ଯାଇ ଚାଳକ ଷ୍ଟିୟରିଂ ମୋଡ଼ି ଦେଇଥିଲେ। ଏହି ସମୟରେ ଟ୍ରକ ନିୟନ୍ତ୍ରଣ ହରାଇ ରାସ୍ତାକୁ ଓଲଟି ପଡ଼ିଥିଲା। କିନ୍ତୁ ଟ୍ୟାଙ୍କର ଓଲଟିବା ପରେ ଲୋକେ ତେଲ ଚୋରିରେ ମାତିଥିଲେ ।
Powered by Froala Editor