ଜଲପରୀ ଉପରେ ପାକିସ୍ତାନ ସେନାର ଫାୟାରିଂ
ପାକିସ୍ତାନ ସବୁବେଳେ ଭାରତୀୟ ସେନାଙ୍କୁ ଟାର୍ଗେଟ କରି କୁଟନୀତି ଚଳାଇଛି । ଏବେ ପୁଣି ଭାରତୀୟ ନୌସେନାର ବୋଟ୍ ସହ ୬ ଜଣ ମତ୍ସ୍ୟଜୀବୀଙ୍କୁ ଅପହରଣ କରି ଗୁଳିକାଣ୍ଡ କରିଛି । ଯାହା ଫଳରେ ଜଣେ ଭାରତୀୟ ମତ୍ସଜୀବୀଙ୍କ ମୃତ୍ୟୁ ହୋଇଛି । ପାକିସ୍ତାନ ନୌସେନା ଯେଉଁ ଭାରତୀୟ ବୋଟ ଉପରେ ଫାଇରିଂ କରିଛି ସେହି ବୋଟର ନାମ ହେଉଛି ଜଲପରୀ । ତେବେ ଏହା ପରେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ଏବଂ ଆହାତ ହୋଇଥିବା ମତ୍ସଜୀବୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।
ସୂଚନା ମୁତାବକ, ମଝି ସମୁଦ୍ରରେ ପାକିସ୍ତାନ ନୌସେନା ପକ୍ଷରୁ ଗୁଳିଚାଳନା ହୋଇଥିଲା । ପାକିସ୍ତାନୀ ନୌସେନା ପକ୍ଷରୁ ହୋଇଥିବା ଆକ୍ରମଣର ଶିକାର ହୋଇଥିଲେ ନିରୀହ ମତ୍ସ୍ୟଜୀବୀ । ମଝି ସମୁଦ୍ରରେ ମତ୍ସ୍ୟଜୀବୀଙ୍କ ପାଖରେ କୌଣସି ସୁରକ୍ଷିତ ସ୍ଥାନ ନଥିଲା । ଅଚାନକ ବୋଟ ଉପରେ ଫାୟାରିଂ କରିଥିଲା ପାକିସ୍ତାନ ନୌସେନା ।
ଆରବ ସାଗରରେ ଭାରତ ଓ ପାକିସ୍ତାନ ମଧ୍ୟରେ ଜଳସୀମା ସ୍ପଷ୍ଟ ନୁହେଁ। ଏଣୁ ପାକିସ୍ତାନ ନୌସେନା ଅନେକ ସମୟରେ ଦାଦାଗିରି ଦେଖାଇ ଆସୁଥିଲେ ହିଁ ଭାରତୀୟ ନୌସେନା ଓ ତଟରକ୍ଷୀ ପ୍ରସଙ୍ଗରେ ନିରବ ରହୁଛନ୍ତି । ଗତବର୍ଷ ମାର୍ଚ୍ଚ ମାସରେ କୋଷ୍ଟଗାର୍ଡ ଓ ନୌସେନାର ଅନୁପସ୍ଥିତିରେ ପାକିସ୍ତାନ ନୌସେନା ୨ଟି ଭାରତୀୟ ମାଛଧରା ଡଙ୍ଗା ଜବତ କରିବା ସହ ୯ ଜଣ ଧିବରଙ୍କୁ ଗିରଫ କରିନେଇଥିଲା। ଏହା ପୂର୍ବରୁ ଫେବୃଆରୀ ମାସରେ ୧୭ ମତ୍ସ୍ୟଜୀବିଙ୍କୁ ଜଳସୀମାରେ ପ୍ରବେଶ ଲାଗି ଗିରଫ କରିଥିବା ବେଳେ ୩ଟି ନୌକା ମଧ୍ୟ ଜବତ କରିଥିଲା। ପାକିସ୍ତାନ ସୀମାରେ ଏପରି କାଣ୍ଡ କରିବା ସହ ଏବେ ସମୁଦ୍ର ସୀମାରେ ମଧ୍ୟ ଏଭଳି ସୈତାନି କରିବା ଆରମ୍ଭ କରିଛି ।
Powered by Froala Editor