ଭାରତ ଓ ପାକିସ୍ତାନ ମ୍ୟାଚ ପରେ ସ୍ବାମୀ-ସ୍ତ୍ରୀ ସମ୍ପର୍କରେ ଫାଟ, ଜାଣନ୍ତୁ କାହିଁକି

ଲକ୍ଷ୍ନୌ: ଚଳିତ ଟି-ଟ୍ବେଣ୍ଟି ବିଶ୍ବକପରେ ଭାରତ ଓ ପାକିସ୍ତାନ ମ୍ୟାଚ ପରେ ଅନେକ ଘଟଣା ସାମ୍ନାକୁ ଆସିଛି । ଭାରତର ପରାଜୟ କ୍ରିକେଟପ୍ରେମୀଙ୍କୁ ଦୁଃଖ ଦେବା ସହିତ ଅନେକ ସମ୍ପର୍କ ଭାଙ୍ଗିଛି । ମ୍ୟାଚ ନେଇ ସ୍ବାମୀ-ସ୍ତ୍ରୀ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି । ଉକ୍ତ ମ୍ୟାଚରେ ପାକିସ୍ତାନ ଜିତିବା ପରେ ଉତ୍ତରପ୍ରଦେଶର ଜଣେ ମହିଳା ଖୁସି ମନାଇଥିଲେ । ଏହା ସହିତ ହ୍ବାଟ୍ସଆପରେ ଭାରତକୁ ଆକ୍ଷେପ କରି ଷ୍ଟାଟସ ରଖିଥିଲେ । ଯାହାକୁ ନେଇ ମହିଳାଙ୍କ ସ୍ବାମୀ ତାଙ୍କ ନାମରେ ଥାନାରେ ଏତଲା ଦେଇଛନ୍ତି ।
ଅକ୍ଟୋବର ୨୪ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଭାରତ ହାରିଥିଲା । ଭାରତର ପରାଜୟ ପରେ ଉତ୍ତରପ୍ରଦେଶ ରାମଗଞ୍ଜର ଇଶାନ୍ ମିୟା ଦୁଃଖରେ ଭାଙ୍ଗି ପଡିଥିଲେ । କିନ୍ତୁ ସେପଟେ ତାଙ୍କ ପତ୍ନୀ ମୋବାଇଲରେ ଷ୍ଟାଟସ୍ ଦେଇଥିଲେ ପାକିସ୍ତାନ ଜିନ୍ଦାବାଦ । ଏହା ସହିତ ଭାରତୀୟ କ୍ରିକେଟରମାନଙ୍କ ପ୍ରତି କିଛି ଆପତ୍ତିଜନକ ଶବ୍ଦ ମଧ୍ୟ ବ୍ୟବହାର କରିଥିଲେ । ଇଶାନ ମିଆନଙ୍କ ପତ୍ନୀ ରାବିଆ ଖୁସିରେ ଝୁମିଥିଲେ । ପାକିସ୍ତାନରୁ ସମର୍ଥନ କରି ହ୍ବାଟ୍ସଆପରେ ଷ୍ଟାଟସ ରଖିଥିଲେ । ଭାରତ ପରାଜୟର ମଜାକ ଉଡାଇଥିଲେ । ଏହା ଇଶାନ ମିଆନଙ୍କୁ ବହୁତ ଦୁଃଖ ପହଞ୍ଚାଇଥିଲା ।ଏହାପରେ ସେ ଗଞ୍ଜ ପୋଲିସ ଷ୍ଟେସନରେ ପତ୍ନୀ ରାବିଆଙ୍କ ନାମରେ ମାମଲା ରୁଜ୍ଜୁ କରିଥିଲେ । ଅଭିଯୋଗ ଅନୁସାରେ ସେ ତାଙ୍କ ପତ୍ନୀ ଓ ଶଶ୍ବର ଘର ଲୋକଙ୍କ ନାମରେ ମାମଲା ରୁଜ୍ଜୁ କରିଥିବା ଜଣାପଡିଛି । ଧାରା ୧୫୩ଇ ଏବଂ ୬୬ ଅନୁଯାୟୀ ମାମଲା ରୁଜ୍ଜୁ ହୋଇଛି ।
Powered by Froala Editor