ଇରାକର ପ୍ରଧାନମନ୍ତ୍ରୀ ମୁସ୍ତାଫା ଅଲ-କାଦିମୀଙ୍କ ଉପରେ ଆତ୍ମଘାତୀ ଆକ୍ରମଣ

ଇରାକର ପ୍ରଧାନମନ୍ତ୍ରୀ ମୁସ୍ତାଫା ଅଲ-କାଦିମୀଙ୍କ ଉପରେ ଆତ୍ମଘାତୀ ଆକ୍ରମଣ ହୋଇଛି । କିନ୍ତୁ ସେ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ୫ ଜଣ ଆହତ ହୋଇଥିବା ସୂଚନା ମିଳିଛି । ବାଗଦାଦରେ ପ୍ରଧାନମନ୍ତ୍ରୀ ଅଲ-କାଦିମୀଙ୍କ ବାସଭବନ ଉପରେ ହୋଇଥିବା ଆକ୍ରମଣକୁ ଇରାକ ସୈନ୍ୟ କହିଛନ୍ତି । ଏହି ଘଟଣା ପରେ ଅଲ-କାଦିମୀ ମଧ୍ୟ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଯେ ତାଙ୍କ ଅବସ୍ଥା ଭଲ ଅଛି।
ସ୍ଥାନୀୟ ଗଣମାଧ୍ୟମ ଇରାକ ସେନାକୁ ସୂଚନା ଦେଇ କହିଛି ଯେ, ଏହି ଆକ୍ରମଣରେ ପ୍ରଧାନମନ୍ତ୍ରୀ ହିଁ ଟାର୍ଗେଟ କରିଥିଲେ । ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରାଯାଇଥିଲା ।
ତେବେ କାହା ପକ୍ଷରୁ ଏହି ଡ୍ରୋନ୍ ଆକ୍ରମଣ କରାଯାଇଛି, ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ । ଏହି ଆକ୍ରମଣର ଖବର ସାମ୍ନାକୁ ଆସିବା ମାତ୍ରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବୃଦ୍ଧି ପାଇବା ସହିତ ଗୁପ୍ତଚର ସଂସ୍ଥାକୁ ମଧ୍ୟ ସତର୍କ କରାଯାଇଛି ।
Powered by Froala Editor