ମୟୂର ପଙ୍ଖ ରଖିଲେ ଘରୁ ଦୂର ହୋଇଥାଏ ଆର୍ଥିକ ସମସ୍ୟା

ମଣିଷର ଇଚ୍ଛା ଅତୁଳନୀୟ । ଧନର ମୋହ ଅଧିକାଂଶ ଲୋକଙ୍କର ଥାଏ । ମଣିଷ ଯେତେ ଧନ ସମ୍ପଦ ଅର୍ଜନ କଲେ ମଧ୍ୟ ତାର ମନ ମାନି ନ ଥାଏ । ଅନେକ କ୍ଷେତ୍ରରେ କିଛି ଲୋକ ଅଧିକ ପରିଶ୍ରମ କରୁଥିଲେ ବି ସେମାନଙ୍କୁ ଉପଯୁକ୍ତ ଅର୍ଥ ମଳି ନଥାଏ । ଶାସ୍ତ୍ର ଅନୁସାରେ ଏଭଳି କିଛି ଉପାୟ ଅଛି ଯାହା ଦ୍ୱାରା ଘରକୁ ପଇସା ଆସିବାର ବାଟ ଖୋଲିଯାଏ । ମୟୂର ପଙ୍ଖ ଏକ ଚମକôାରୀ ଶକ୍ତିଶାଳୀ ଯନ୍ତ୍ର ଅଟେ । ବହୁ ପ୍ରାଚୀନ କାଳରୁ ଶାସ୍ତ୍ର, ଜ୍ୟୋତିଷ ଆଦିରେ ଏହାର ବ୍ୟବହାର ଉଲ୍ଲେଖ ରହିଛି । ମୟୁର ପଙ୍ଖକୁ ବିଦ୍ୟାଦେବୀ ସରସ୍ୱତୀ, ଧନଦେବୀ ମାତା ଲକ୍ଷ୍ମୀ, ଶ୍ରୀକୃଷ୍ଣ, କା ିର୍କ, ହନୁମାନ ଓ ସମସ୍ତଙ୍କ ସହ ଯୋଡା ଯାଇଥାଏ । ଏହି ମୟୂର ପଙ୍ଖକୁ ଯଦି ବଂଶୀ ସହ ଘରେ ରଖନ୍ତି, ତେବେ ସମ୍ପର୍କରେ ମଧୁରତା ଆସିଥାଏ ବୋଲି କୁହାଯାଏ । ସନ୍ଧ୍ୟା ଆଳତି ପରେ ଏହାକୁ ଜୋରରେ ହଲାଇବା ଦ୍ୱାରା ଘରୁ ନକରାତ୍ମକତା ଦୂରେଇ ଯାଇଥାଏ । ମୟୂର ପଙ୍ଖକୁ ଏଭଳି ଏକ ସ୍ଥାନରେ ରଖିବେ, ଯେଉଁଠାରେ ସମସ୍ତଙ୍କ ଦୃଷ୍ଟି ପଡିବ । ଏହା ଦ୍ୱାରା ଘରେ ସୁପ୍ରଭାବ ପଡିବା ସହିତ, ଘରୁ ଆର୍ଥିକ ସମସ୍ୟା ଦୂର ହୋଇଥାଏ । ଘରର ସମସ୍ତ ରୁମରେ ମୟୁର ପଙ୍ଖ ରଖିବା ଦ୍ୱାରା ସମସ୍ତ ବାସ୍ତୁ ଦୋଷ ଦୂର ହୋଇଥାଏ । ରାହୁ କେତୁ ଓ କାଳସର୍ପ ଦୋଷ ରହିଥିଲେ ପାଖରେ ମୟୂର ପଙ୍ଖ ରଖନ୍ତୁ । ବିଦ୍ୟାର୍ଥୀମାନେ ଏହାକୁ ବହିରେ ରଖିବା ଦ୍ୱାରା ବିଦ୍ୟା କ୍ଷେତ୍ରରେ ସମୃଦ୍ଧି ଆସିଥାଏ । ଘରର ଦକ୍ଷିଣ ପୂର୍ବ କୋଣରେ ଓ ଟଙ୍କା ରଖିବା ସ୍ଥାନରେ ରଖିବା ଦ୍ୱାରା ଘରେ ଟଙ୍କାର ଅଭାବ ରହିନଥାଏ ।
Powered by Froala Editor