ହୃଦଘାତରେ ପଶ୍ଚିମବଙ୍ଗ ମନ୍ତ୍ରୀଙ୍କ ଦେହାନ୍ତ

କୋଲକାତା: ପଶ୍ଚିମବଙ୍ଗ ମନ୍ତ୍ରୀ ତଥା TMCର ବରିଷ୍ଠ ନେତା ସୁବ୍ରତ ମୁଖାର୍ଜୀଙ୍କ ପରଲୋକ ହୋଇଛି। ଗୁରୁବାର ରାତିରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ସୁବ୍ରତଙ୍କୁ ୭୫ ବର୍ଷ ହୋଇଥିଲା ।
ଗତ ଅକ୍ଟୋବର ମାସରେ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀଙ୍କୁ ହାର୍ଟଆଟାକ୍ ଆସିଥିଲା । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ସପ୍ତାହରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି ମଧ୍ୟ କରାଯାଇଥିଲା । ହେଲେଗୁରୁବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି । ଏନେଇ ଗଭୀର ଦୁଃଖପ୍ରକାଶ କରିବା ସହ ସୁବ୍ରତଙ୍କ ନିଧନ ବହୁତ ବଡ କ୍ଷତି ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେପଟେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ସୁବ୍ରତ ମୁଖାର୍ଜୀଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି ।
Powered by Froala Editor