ଘରେ ପଶି ମା’ ଝିଅଙ୍କୁ ଛୁରାମାଡ଼ ମାମଲା, ଅଭିଯୁକ୍ତ ଅଟକ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଶୈଳଶ୍ରୀବିହାର ଅଞ୍ଚଳରେ ଘରେ ପଶି ମା’ ଝିଅଙ୍କୁ ଛୁରାମାଡ଼ ମାମଲାର ମୁଖ୍ୟ ଅଭିଯୁକ୍ତ ରୂପେଶ ପଣ୍ଡାଙ୍କୁ ଅଟକ ରଖିଛି କମିଶନରେଟ୍ ପୁଲିସ। ହସ୍ପିଟାଲରୁ ଡିସଚାର୍ଜ ପରେ ରୂପେଶଙ୍କୁ ପୁଲିସ ଅଟକ ରଖିବା ସହ ପଚରାଉଚରା ଚଳାଇଛି। ରୁପେଶ ଲୁଟ୍ ଉଦ୍ଦେଶ୍ୟରେ ଆକ୍ରମଣ କରିଥିବା ପୁଲିସ ସନ୍ଦେହ କରିଛି।
ସୂଚନାଯୋଗ୍ୟ, ଗତ ୧ ତାରିଖରେ ଚନ୍ଦ୍ରଶେଖରପୁର ଶୈଳଶ୍ରୀବିହାର ଅଞ୍ଚଳରେ ଛୁରାମାଡ଼ ହୋଇଥିଲା। ପଡ଼ୋଶୀ ଘରର ଯୁବକ ଘରେ ପଶି ମା’ ଝିଅଙ୍କୁ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଥିଲା। ଯୁବକଜଣଙ୍କ ମହିଳା ଡ୍ରେସ ପିନ୍ଧି ଘରେ ପଶି ମାଆ,ଝିଅଙ୍କୁ ଆକ୍ରମଣ କରିଥିଲେ। ଏଥିରେ ରୁପେଶ ନିଜେ ମଧ୍ୟ ଆହତ ହୋଇଥିଲେ।
Powered by Froala Editor