ମଣିଷପଣିଆ ଦେଖାଇଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ : ନିଜେ ଅଟକି ଆମ୍ବୁଲାନ୍ସକୁ ବାଟ ଛାଡ଼ିଦେଲେ

ମୁଖ୍ୟମନ୍ତ୍ରୀ ହୋଇ ବି ମଣିଷପଣିଆ ଦେଖାଇଛନ୍ତି । ସେ ହେଉଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ । ସୋମବାର ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଭେଲାଚେରୀରୁ କୋୟମ୍ବଡୁ ଯାଉଥିଲେ। ଏତିକିବେଳେ ଆମ୍ବୁଲାନ୍ସ ଆସୁଥିବା ଦେଖି ତାଙ୍କ ଗାଡିକୁ ଅଟକାଇ ଦେଇଥିଲେ, ଯାହା ଫଳରେ ରୋଗୀଙ୍କୁ ଡାକ୍ତରଖାନା ଠିକ ସମୟରେ ନିଆଯାଇପାରିବ। ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ଷ୍ଟାଲିନଙ୍କ କାରକେଡ଼ ଯାଉଥିବା ବେଳେ ଏକ ଆମ୍ବୁଲାନ୍ସ ମଧ୍ୟ ପଛରୁ ଆସୁଥିଲା। ଆମ୍ବୁଲାନ୍ସକୁ ଦେଖି ଷ୍ଟାଲିନଙ୍କ କାରକେଡ଼ ସାଇଡ ଦେଇ ଅଟକିଯାଇଥିଲା | ଆମ୍ବୁଲାନ୍ସଟି ଅତିକ୍ରମ କରିବା ପରେ ଷ୍ଟାଲିନଙ୍କ କାରକେଡ଼ ଆଗକୁ ବଢିଥିଲା । ତାମିଲନାଡୁରେ ସ୍କୁଲ ଖୋଲିବା ପରେ ମୁଖ୍ୟମନ୍ତ୍ରୀ ମଧ୍ୟ ଚେନ୍ନାଇର ଗିଣ୍ଡିରେ ଥିବା ଏକ ସରକାରୀ ବିଦ୍ୟାଳୟର ଯାଞ୍ଚ କରିଥିଲେ ଏବଂ ପିଲାମାନଙ୍କୁ ଚକୋଲେଟ ଓ ପୁସ୍ତକ ବଣ୍ଟନ କରିଥିଲେ।
Powered by Froala Editor