ନୈରାଶ୍ୟଜନକ: ନ୍ୟୁଜିଲାଣ୍ଡଠୁ ହାରିଲା ଭାରତ

ଆଇସିସି ଦ୍ୱାରା ପରିଚାଳିତ ଟି-୨୦ ପୁରୁଷ ବିଶ୍ୱକପ୍ର ମୁକାବିଲାରେ ନ୍ୟୁଜିଲାଣ୍ଡ ୮ ୱିକେଟ୍ରେ ରବିବାର ଭାରତକୁ ପରାସ୍ତ କରିଛି। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଟସ୍ ଜିଣି ନ୍ୟୁଜିଲାଣ୍ଡ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ କୋହଲିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ବ୍ୟାଟିଂ କରିଥିଲା। ତେବେ ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଭାରତ ୨୦ ଓଭରରେ ୭ଟି ୱିକେଟ୍ ହରାଇ ୧୧୦ ରନ୍ କରିଥିଲା। ଫଳରେ ନ୍ୟୁଜିଲାଣ୍ଡକୁ ୧୧୧ ରନ୍ ବିଜୟ ଲକ୍ଷ୍ୟ ମିଳିଥିଲା। ଏହାକୁ ନ୍ୟୁଜିଲାଣ୍ଡ ୧୪.୩ ଓଭରରେ ୨ଟି ୱିକେଟ ହରାଇ ହାସଲ କରିଛି।
ଓପନର ଇଶାନ କିଶାନ ୪ ରନ୍ କରି ଆଉଟ୍ ହୋଇଥିବାବେଳେ ଲୋକେଶ୍ ରାହୁଲ ୧୮ ରନ୍ କରି ଆଉଟ୍ ହୋଇଥିଲେ । ସେହିଭଳି ରୋହିତ ଶର୍ମା ୧୪ ରନ୍, ବିରାଟ କୋହଲି ୯ ରନ୍, ହାର୍ଦିକ ପାଣ୍ଡ୍ୟା ୨୩ ରନ୍ ଓ ରିସଭ ପନ୍ଥ ୧୨ ରନ୍ କରି ଆଉଟ୍ ହୋଇଥିଲେ । ୧୧୧ ରନକୁ ପିଛା କରି ଦୁଇ ଓ୍ବିକେଟ୍ ହରାଇ ଲକ୍ଷ୍ୟ ହାସଲ କରି ନେଇଥିଲା ନ୍ୟୁଜିଲାଣ୍ଡ । ଡେରି ମିଚେଲ୍ ସର୍ବାଧିକ ୪୯ ରନ୍ କରିଥିବାବେଳେ ଅଧିନାୟକ ଓ୍ବିଲିୟମସନ୍ ୩୩ ରନ୍ କରିଥିଲେ ।
ନିର୍ଦ୍ଧାରିତ ୨୦ ଓଭରରେ ଭାରତୀୟ ଟିମ ୭ ୱିକେଟ ହରାଇବା ସହ ୧୧୦ ରନ ସଂଗ୍ରହ କରିବାରେ ସଫଳ ହୋଇଥିଲା । ସେପଟେ ଦ୍ୱିତୀୟ ଇଂନିସରେ ବ୍ୟାଟି ଗ୍ରାଉଣ୍ଡକୁ ଓହ୍ଲାଇଥିବା ନ୍ୟୁଜିଲ୍ୟାଣ୍ଡ ଟିମ ଆରମ୍ଭରୁ ଦମଦାର ପ୍ରଦର୍ଶନ କରିଥିଲା । ଦଳ ୧୪ ଓଭର ମଧ୍ୟରେ ୧୧୧ ରନ କରି ବିଜୟୀ ହୋଇଛି । ଏହି ମ୍ୟାଚରେ ପରାଜୟ ପରେ ଭାରତର ସେମିଫାଇନାଲ୍ ଆଶା ମଉଳିବାରେ ଲାଗିଛି । ସୂଚନାଯୋଗ୍ୟ, ଭାରତ ଗତ ୨୪ ତାରିଖରେ ପାକିସ୍ତାନ ଠାରୁ ୧୦ ୱିକେଟ୍ରେ ପରାସ୍ତ ହୋଇଥିଲା।
Powered by Froala Editor