୩୩ ତେଲିଆ ଭୋଲା ମାଛକୁ କୋଟିଏ ଟଙ୍କା

୩୩ଟି ତେଲିଆ ଭୋଲା ମାଛ । ବିକ୍ରି ହୋଇଛି କୋଟିଏ ଟଙ୍କାରେ । ଓଡ଼ିଶାର ବାଲେଶ୍ୱର ଜିଲ୍ଲା ଦିଘା ମୁହାଣରୁ ମା' ବାସନ୍ତୀ ନାମକ ଏକ ଟ୍ରେଲରେ କିଛି ମସ୍ତ୍ର୍ୟଜୀବୀ ସମୂଦ୍ରକୁ ମାଛ ଧରିବାକୁ ଯାଇଥିଲେ। ଗତକାଲି ସେମାନେ ୩୩ଟି ତେଲିଆ ଭୋଲା ମାଛ ଧରି ଫେରିଥିଲେ। ମସ୍ତ୍ର୍ୟଜୀବୀ ଧରିଥିବା ୩୩ଟି ତେଲିଆ ଭୋଲା ମାଛକୁ କୋଟିଏ ଟଙ୍କାରେ ବିକ୍ରି କରିଛନ୍ତି। ବଜାରରେ ତେଲିଆ ଭୋଲା ମାଛର କିଲୋ ପ୍ରତି ଦର ୧୨,୬୦୦ଟଙ୍କା ରହିଛି। ମାଛଗୁଡ଼ିକୁ କୋଲକାତାର ଏକ କମ୍ପାନୀକୁ ବିକ୍ରି କରି ଦିଆଯାଇଥିଲା। ଏହି ମାଛ ବିଦେଶକୁ ରପ୍ତାନୀ କରାଯାଇଥାଏ। ସେଠାରେ ଏହି ମାଛରେ ମେଡ଼ିସିନ ତିଆରି ହୋଇଥାଏ ବୋଲି ଜଣାଯାଇଛି। ଅପରେସନ୍ ବେଳେ ଯେଉଁ ସୂତା ବ୍ୟବହାର ହୁଏ ସେହି ସୂତା ମଧ୍ୟ ଏହି ମାଛରୁ ତିଆରି ହୋଇଥାଏ । ଏଥି ପାଇଁ ଏହି ମାଛ ଦାମ୍ ଅନ୍ୟ ମାଛ ଠାରୁ ଢେର ଅଧିକ ଅଟେ ।
Powered by Froala Editor