ପିକ୍ଅପ୍-ବାଇକ୍ ଧକ୍କା: ରେଳ କର୍ମଚାରୀ ମୃତ

ରାଉରକେଲା: ରାଉରକେଲା ଜିଲ୍ଲା ବନ୍ଧମୁଣ୍ଡା ଥାନା ଡି.କେବିନ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବାଇକ୍କୁ ଧକ୍କା ଦେଇଛି ପିକଅପ୍ ଭ୍ୟାନ୍ । ଏଥିରେ ଜଣେ ରେଳ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ତାଙ୍କ ନାମ ମହେଶ ସିଙ୍ଗଙ୍କର । ସବୁଦିନ ଭଳି ସକାଳୁ ସେ ଡ୍ୟୁଟିକୁ ବାହାରି ଥିଲେ । ଡି.କେବିନ ଛକ ନିକଟରେ ଏକ ପିକଅପ୍ ଭ୍ୟାନ୍ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସେ ବାଇକ୍ରୁ ଛିଟିକି ପଡିଥିଲେ । ଘଟଣାସ୍ଥଳରେ ତାଙ୍କ ଜୀବନ ଚାଲି ଯାଇଥିଲା । ପୁଲିସ୍ ପହଞ୍ଚି ମୃତଦେହ ଜବତ କରିବା ସହିତ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଏଥିସହିତ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜତବ କରିଛି ।
Powered by Froala Editor