ଟିକା ଦେବ ତ ସାପ ଫିଙ୍ଗି ଦେବି...
ଏକ ଅଜବ ଘଟଣା ସାମନାକୁ ଆସିଛି । ଟିକା ଦେବାକୁ ଆସିଥିବା ଡାକ୍ତରୀ ଟିମକୁ ଜଣେ ମହିଳା ସାପ ଦେଖାଇ ଭୟଭୀତ କରିଛନ୍ତି । ରାଜସ୍ଥାନର ଆଜମେର ଜିଲ୍ଲାରେ ଏଭଳି ଘଟଣା ଘଟିଛି । ସୂଚନା ମୁତାବକ ଲୋକଙ୍କ କରୋନା ଟିକାକରଣ ପାଇଁ ଏଠାରେ ମେଡିକାଲ ବିଭାଗ ଦ୍ୱାରା ଏକ ଅଭିଯାନ କରାଯାଇଥିଲା ।
ଏହି କ୍ରମରେ ଡାକ୍ତରୀ ଟିମ ଘର ଘର ବୁଲି ଲୋକଙ୍କୁ ଟିକାକରଣ ବିଷୟରେ ଅବଗତ କରାଉଛନ୍ତି ଏବଂ ଟିକା ମଧ୍ୟ ଦେଉଛନ୍ତି । ତେବେ ଗତକାଲି ଯେତେବେଳେ ଡାକ୍ତରୀ ବିଭାଗର ଟିମ୍ ପିସଙ୍ଗାନ ସବଡିଭିଜନ୍ ଅଞ୍ଚଳର ନାଗେଲାଭ ଗ୍ରାମରେ ପହଞ୍ଚିଥିଲେ, ସେତେବେଳେ ଜଣେ ମହିଳା ସାପ ଦେଖାଇ ତାଙ୍କୁ ଭୟଭୀତ କରିବା ଆରମ୍ଭ କରିଥିଲେ। ମହିଳା ଟିକା ନେବାକୁ ମନା କରିଦେଇଥିଲେ। କିନ୍ତୁ ଡାକ୍ତର ବାରମ୍ବାର ବୁଝାଇବା ପରେ ମହିଳା ଟିକା ନେଇଥିଲେ ।
କୋଭିଡ -୧୯ ମହାମାରୀକୁ ରୋକିବା ପାଇଁ ସରକାର ମାଗଣା ଟିକାକରଣ ଅଭିଯାନ ଚଳାଉଥିଲେ ମଧ୍ୟ କିଛି ଲୋକ ଟିକା ନେବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି ।
Powered by Froala Editor