ଟଙ୍କା ନପାଇ ହତାଶା ଭରା ଚିଠି ଲେଖିଲା ଚୋର
ଜଣେ ଚୋର ଚୋରି କରିବାକୁ ଯାଇ ନିରାଶ ହୋଇଛି । କିଛି ଟଙ୍କା ପଇସା ନପାଇ ସେ ଏକ ହତାଶା ଭରା ଚିଠି ଲେଖିଛି । ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି । କିଛି ଲୋକ ,ପରି ଚିଠିକୁ ଦେଖି ହସି ହସି ଗଡୁଛନ୍ତି । କିନ୍ତୁ ଚୋର ନିଜ ମନ କଥା ଲେଖି ଥିବାରୁ କିଛି ୟୁଜର୍ସ ସମବେଦନା ଜଣାଇଛନ୍ତି ।
ଖବରଟି ଏମିତି । ମଧ୍ୟପ୍ରଦେଶର ଦେୱାସ୍ ଜିଲ୍ଲାରେ ଜଣେ ଉଚ୍ଚ ପଦସ୍ତ ସରକାରୀ କର୍ମଚାରୀଙ୍କ ଘରେ ଚୋରି ହୋଇଥିଲା । କୋତ୍ୱାଲି ପୋଲିସ ରିପୋର୍ଟ ଅନୁଯାୟୀ ଖାତେଗାଓଁରେ ସବ୍-ଡିଭିଜନାଲ୍ ମାଜିଷ୍ଟ୍ରେଟ୍ ତ୍ରିଲୋଚନ ସିଂ ଗୌରଙ୍କ ଘରୁ ନଗଦ ୩୦ ହଜାର ଟଙ୍କା ଓ କିଛି ସୁନା ଗହଣା ଲୁଟ୍ ହୋଇଥିଲା । ଶନିବାର ରାତିରେ ଏସ୍ଡିଏମ୍ ମହୋଦୟ ଘରକୁ ଫେରି ଚୋରି ହୋଇଥିବା ଘଟଣା ଜାଣି ପୋଲିସକୁ ଖବର ଦେଇଥିଲେ ।
ପ୍ରାଥମିକ ତଦନ୍ତରେ ପୋଲିସକୁ ଏକ ଚିଠି ମିଳିଥିଲା । ଚିଠିରେ ଲେଖାହୋଇଥିଲା, "ଜବ୍ ପୈସେ ନହିଁ ଥେ ତୋ ଲକ୍ ନହିଁ କରନା ଥା କଲକ୍ଟର୍" । ସରକାରୀ ଲେଟର୍ ପ୍ୟାଡ୍ ରେ ଖୋଦ ଚୋର ହିଁ ଚିଠି ଲେଖିଥିବା ପୋଲିସ ସନ୍ଦେହ କରି ତଦନ୍ତ ଚଳାଇଛି । ଏହି ଘଟଣା ସ୍ଥାନୀୟ ଅଂଚଳର ଲୋକଙ୍କୁ ଯେତିକି ଚକିତ କରିଛି, ତା'ଠୁ ଅଧିକ ଚୋରର ଚିଠିଟି ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଚୋରି ହେଉ ଅବା ନହେଉ, ଚୋର ନିଜ ମନର କଥା ଜଣାଇବାକୁ କୁଣ୍ଠାବୋଧ କରିନାହିଁ ।
Powered by Froala Editor