ରୁଷ ଟାଟାରସ୍ତାନରେ L-410 ଟର୍ବୋଲେଟ୍ ବିମାନ ଦୁର୍ଘଟଣାଗ୍ରସ୍ତ
ରୁଷର ଟାଟାରସ୍ତାନରେ ଏକ L-410 ଟର୍ବୋଲେଟ୍ ରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ୨୩ ଜଣ ଲୋକ ଥିଲେ। ଦୁର୍ଘଟଣାରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୭ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରବିବାର ରୁଷର ସମୟ ଅନୁଯାୟୀ ପ୍ରାୟ ୯ ଟା୧୧ ମିନିଟରେ ଟାଟାରସ୍ତାନରେ ଉକ୍ତ ଯାତ୍ରୀବାହୀ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ରୁଷର ନ୍ୟୁଜ୍ ଏଜେନ୍ସି TASS ର ଏକ ରିପୋର୍ଟ ଅନୁଯାୟୀ ଏପର୍ଯ୍ୟନ୍ତ ୭ ଜଣଙ୍କୁ ଉଦ୍ଧାର କରାଯାଇଛି। ଖବର ଅନୁଯାୟୀ, ୨୩ ଜଣ ଯାତ୍ରୀଙ୍କ ମଧ୍ୟରୁ ୨୧ ଜଣ ପାରାଚ୍ୟୁଟ୍ ଡାଇଭର ଥିଲେ। ଉଦ୍ଧାର କାର୍ଯ୍ୟ ଏବେବି ଜାରି ରହିଥିବା ଜଣାପଡିଛି।
ଏହାପୂର୍ବରୁ ଗତ ମାସରେ ରୁଷିଆର ପୂର୍ବାଞ୍ଚଳରେ ଏକ ପୁରୁଣା ଆଣ୍ଟୋନୋଭ ଏଏନ୍ -୨୬ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୬ ଜଣଙ୍କର ମୃତ୍ୟୁ ଘଟିଥିଲା। ସେହିପରି ଜୁଲାଇରେ କାମଚଟକାରେ ଏକ ଆଣ୍ଟୋନୋଭ ଆନ -୨୬ ଟୁଇନ୍-ଇଞ୍ଜିନ ଟର୍ବୋପ୍ରୋପରେ ବିମାନ ଦୁର୍ଘଟଣାରେ ୨୮ଜଣଙ୍କର ମୃତ୍ୟୁ ହୋଇଥିଲା।
Powered by Froala Editor