ଭୟଙ୍କର ରୂପ ନେଉଛି କୋଇଲା ସଂକଟ
ନୂଆଦିଲ୍ଲୀ: ଦେଶରେ କୋଇଲା ସଂକଟ ଭୟଙ୍କର ରୂପ ନେଉଛି । କୋଇଲା ଅଭାବର ସିଧା ପ୍ରଭାବ ପଡ଼ିଛି ବିଦ୍ୟୁତ୍ ଉତ୍ପାଦନ ଉପରେ । କାରଣ ଭାରତରେ ବିଦ୍ୟୁତ୍ ଉତ୍ପାଦନ କୋଇଲାରୁ ହିଁ ହୋଇଥାଏ । ତେବେ କେନ୍ଦ୍ର ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ଏହି ସଂକଟ ଖୁବଶୀଘ୍ର ଦୂରେଇ ଯିବ ବୋଲି କହିଛି ।
କୋଭିଡର ଦ୍ୱିତୀୟ ଲହର ପରେ ଅର୍ଥ ବ୍ୟବସ୍ଥାରେ ସୁଧାର ଆସିଛି । ଫଳରେ ବିଦ୍ୟୁତର ଚାହିଦା ବଢ଼ିଛି । ଏବେ ପ୍ରତିଦିନ ୪ ବିଲିୟନ୍ ୟୁନିଟ୍ ବିଦ୍ୟୁତ୍ ଆବଶ୍ୟକ ହେଉଥିବା ବେଳେ ୬୫ରୁ ୭୦ ପ୍ରତିଶତ ବିଜୁଳି କୋଇଲାରୁ ଉତ୍ପାଦନ ହେଉଛି । ଏଥପାଇଁ କୋଇଲାର ଆବଶ୍ୟକତା ବଢ଼ି ଯାଇଛି ।
କୋଇଳା ସଂକଟ ଦୂର ପାଇଁ ଶକ୍ତି ମନ୍ତ୍ରଣାଳୟ ଅଗଷ୍ଟ ୨୭ରେ ଏକ କୋର୍ ମ୍ୟାନେଜମେଣ୍ଟ ଟିମ୍ ଗଠନ କରିଥିଲା । ଏହି ଟିମ୍ ସପ୍ତାହକୁ ୨ ଥର କୋଇଲା ଷ୍ଟକର ତଦାରଖ କରୁଛି ।
Powered by Froala Editor