ମିଷ୍ଟର ନାଗ୍ସଙ୍କୁ ବିମାନ ବାହାରକୁ କାହିିଁକି ଫିଙ୍ଗିବାକୁ ଚାହୁଁଥିଲେ କୋହଲି ଜାଣନ୍ତୁ

ଚେନ୍ନାଇ: ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ତାର ପରବର୍ତ୍ତୀ ମ୍ୟାଚ ଆସନ୍ତା ୨୨ ତାରିଖରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଖେଳିବ । ଏଥିଲାଗି ଅଧିନାୟକ ବିରାଟ କୋହଲିଙ୍କ ସହ ଦଳୀୟ ଖେଳାଳିମାନେ ଚେନ୍ନାଇରୁ ମୁମ୍ବାଇ ଅଭିମୁଖେ ଯାତ୍ରା କଲା ବେଳେ ଏକ ମଜାଦାର ଘଟଣା ଘଟିଥିଲା । ଖେଳାଳିଙ୍କ ମାନସିକ ସୁସ୍ଥତା ଦାୟିତ୍ୱରେ ଥିବା ହାସ୍ୟ ଅଭିନେତା ଦାନୀଶ ସୈତ ଓରଫ ମିଷ୍ଟର ନାଗ୍ସ ଏମିତି ଏକ କାମ କରିଥିଲେ ଯେ କୋହଲି ତାଙ୍କ ବିମାନ ବାହାରକୁ ଫିଙ୍ଗିଦେବାକୁ କହିଥିଲେ । ଦାନୀଶ ଆରସିବି ପାଇଁ ଆଇପିଏଲରେ ଉପସ୍ଥାପକ ଦାୟିତ୍ୱ ତୁଲାଉଥିବା ବେଳେ ଆରସିବି ତା ଇନଷ୍ଟାଗ୍ରାମ ପୃଷ୍ଠାରେ ପ୍ରକାଶ କରୁଥିବା ବିଭିନ୍ନ ମଜାଦାର ଭିଡିଓରେ ସେ ମିଷ୍ଟର ନାଗସ ଚରିତ୍ରରେ ଅଭିନୟ କରନ୍ତି । ଆରସିବି ଖେଳାଳିଙ୍କର ଚେନ୍ନାଇରୁ ମୁମ୍ବାଇ ଯାତ୍ରା ଅବସରରେ ରେଡିଓ ଜକି, ଟେଲିଭିଜନ ଉପସ୍ଥାପକ ଓ ଲେଖକ ଦାନୀଶ ନିଆରା ବେଶ ଧରି ଏୟାର ହୋଷ୍ଟେସ ଭାବେ ବିଭିନ୍ନ କୌତୁକିଆ କଥା କହି ଖେଳାଳିଙ୍କ ମନୋରଞ୍ଜନ କରୁଥିଲେ । ଯାହାର ଏକ ଭିଡିଓ ଆରସିବି ତାର ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଛି ।
Powered by Froala Editor