ଟ୍ରେନରେ ମହିଳାଙ୍କୁ ଗଣଦୁଷ୍କର୍ମ

ଲକ୍ଷ୍ନୌରୁ ମୁମ୍ବାଇ ଯାଉଥିବା ପୁଷ୍ପକ ଏକ୍ସପ୍ରେସରେ ଜଣେ ମହିଳାଙ୍କୁ ଗଣବଳାତ୍କାର ହୋଇଥିବା ଖବର ସାମ୍ନାକୁ ଆସିଛି। ଚଳନ୍ତା ଟ୍ରେନ୍ରେ ଯାତ୍ରୀଙ୍କୁ ଲୁଟପାତ କରିବାକୁ ଆସିଥିବା ୮ ଜଣ ଯୁବକ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରିଛନ୍ତି। ଟ୍ରେନଟି ଉତ୍ତର ପ୍ରଦେଶର ଲକ୍ଷ୍ନୌରୁ ମହାରାଷ୍ଟ୍ରର ମୁମ୍ବାଇ ଆସୁଥିବା ବେଳେ ଏପରି ଘଟଣା ଘଟିଛି। ପୁଲିସ ଗଣଦୁଷ୍କର୍ମ ଘଟଣାରେ ୪ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନେ ଫେରାର ରହିଛନ୍ତି।
ସୂଚନାଯୋଗ୍ୟ, ଇଗତପୁରୀ-କସାରା ମଧ୍ୟରେ ୮ ଦୁର୍ବୃତ୍ତ ଟ୍ରେନ୍ର ବଗି ନଂ-୨ରେ ଚଢ଼ିଥିଲେ। ଏହି ବଗିରେ ଥିବା ଯାତ୍ରୀମାନଙ୍କଠାରୁ ସମସ୍ତ ଜିନିଷ ଲୁଟିଥିଲେ। ଘାଟି ଅଞ୍ଚଳ ହୋଇଥିବାରୁ ଯାତ୍ରୀମାନେ କାହାଠାରୁ କୌଣସି ସହାୟତା ପାଇ ପାରି ନ ଥିଲେ। ଏହି ଲୁଟ୍ପାଟ ସମୟରେ ଜଣେ ମହିଳା ତାଙ୍କ ସ୍ବାମୀଙ୍କ ସହ ଯାଉଥିଲେ। ତାଙ୍କୁ ଦୁର୍ବୃତ୍ତମାନେ ଗଣବଳାତ୍କାର ମଧ୍ୟ କରିଥିଲେ। ଏଥିରେ ଭୟଭୀତ ହୋଇପଡ଼ିଥିଲେ ସ୍ବାମୀ ଜଣକ। ସେଠାରେ ଉପସ୍ଥିତ ଯାତ୍ରୀମାନେ ଏହାକୁ ବିରୋଧ କରିବାକୁ କରିବାରୁ ଲୁଟେରାମାନେ ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଏସବୁ ଭିତରେ ଟ୍ରେନଟି କାସରା ଷ୍ଟେସନରେ ପହଞ୍ଚି ଯାଇଥିଲା। ଟ୍ରେନ ଅଟକିବାରୁ ଲୋକମାନେ ପାଟିତୁଣ୍ଡ କରିଥିଲେ। ଏହା ଶୁଣି ରେଳବାଇ ପୁଲିସ୍ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲା।
କିନ୍ତୁ ସେତେବେଳକୁ ୬ ଜଣ ଲୁଟେରା ଫେରାର ହୋଇ ଯାଇଥିଲେ। ପୁଲିସ୍ ୨ ଜଣଙ୍କୁ ଘଟଣାସ୍ଥଳକୁ ଗିରଫ କରିଥିବା ବେଳେ ଆଉ ୨ ଜଣଙ୍କୁ କିଛି ସମୟ ପରେ କାବୁ କରିଥିଲା। ଏବେ ବି ଉକ୍ତ ଲୁଟେରା ଗ୍ୟାଙ୍ଗର ୪ ଜଣ ସଦସ୍ୟ ଫେରାର ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ପୁଲିସ୍ ସ୍ୱତନ୍ତ୍ର ଟିମ ଗଠନ କରିଛି।
Powered by Froala Editor