ଖେରୀ ହିଂସା : କ୍ରାଇମବ୍ରାଞ୍ଚ ଆଗରେ ଜବାବ ରଖିପାରିଲେନି ମନ୍ତ୍ରୀ ପୁଅ

ଲଖିମପୁର ଖେରି ହିଂସା ଘଟଣାରେ ଶନିବାର ଜୁନିୟର ସ୍ବରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଗିରଫ କରାଯାଇଛି। ଲକ୍ଷ୍ମୀପୁର ହିଂସା ଘଟଣାରେ କୃଷକଙ୍କ ହତ୍ୟା ଘଟଣାକୁ ନେଇ ଆନ୍ଦୋଳନ ତୀବ୍ରତର କରିବାକୁ କୃଷକ ସଂଗଠନ ଅଣ୍ଟା ଭିଡ଼ିଥିବା ବେଳେ ଏପଟେ କ୍ରାଇମ୍ବ୍ରାଞ୍ଚ ଅଫିସ୍ରେ ହାଜର ହୋଇଥିଲେ ଆଶିଷ ମିଶ୍ର। ଘଟଣାରେ ପଚାରଉଚରା କରିଥିଲା ରାଜ୍ୟ କ୍ରାଇମ୍ବ୍ରାଞ୍ଚ। ତେବେ ଆଶିଷ ହିଂସା ଦିନ(ଅକ୍ଟୋବର ୩) କେଉଁଠି ଥିଲେ ତାହା ଠିକ୍ ଭାବରେ ପୁଲିସ ପାଖରେ କହିପାରି ନଥିବା ଜଣାପଡ଼ିଛି। ହିଂସା ଦିନ ସେ ସେଠାରେ ନଥିଲେ ବୋଲି ପ୍ରମାଣ କରିପାରି ନାହିଁନ୍ତି। ଶେଷରେ ତାଙ୍କୁ ଗିରଫ କରାଯାଇଛି । ତେବେ ଏ ନେଇ ଜିଲା ପୋଲିସ ପକ୍ଷରୁ କୌଣସି ବିଧିବଦ୍ଧ ଘୋଷଣା କରାଯାଇ ନାହିଁ।
![]() |
Powered by Froala Editor