ଗ୍ୟାଙ୍ଗଷ୍ଟରକୁ ଗୁଳି କରି ହତ୍ୟା
ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ ପାଇଁ ମୋଷ୍ଟ ୱାଣ୍ଟେଡ ଥିବା ଜଣେ ଗ୍ୟାଙ୍ଗଷ୍ଟରକୁ ଗୁଳି କରି ହତ୍ୟା କରାଯାଇଛି । ତେବେ ତାଙ୍କୁ ଯେଉଁଠି ହତ୍ୟା କରାଯାଇଛି ସେ ସ୍ଥାନ ବିଷୟରେ ଜାଣିଲେ ସମସ୍ତେ ଚକିତ ହୋଇଯିବେ । କାରଣ ମାଳ ମାଳ ପୁଲିସ ଉପସ୍ଥିତିରେ ୨ ଜଣ ଅଜଣା ଯୁବକ ଗୁଳି କରି ହତ୍ୟା କରିଛନ୍ତି । ଦିଲ୍ଲୀ କୋର୍ଟ ପରିସରରେ ହିଁ ତାଙ୍କୁ ଗୁଳି କରାଯାଇଛି । ସମ୍ପୃକ୍ତ ଗ୍ୟାଙ୍ଗଷ୍ଟର ଜଣକ ହେଉଛନ୍ତି ଜିତେନ୍ଦ୍ର ଓରଫ ଗୋଗୀ ।
ପ୍ରକାଶ ଯେ, ଦିଲ୍ଲୀର ରୋହିନୀ କୋର୍ଟ ନଂ ୨୦୬ରେ ଆଜି ଜିତେନ୍ଦ୍ରଙ୍କୁ ହାଜର କରିବାର ଥିଲା । ଏହି ସମୟରେ ଦୁର୍ବୃତ୍ତମାନେ ଓକିଲ ବେଶରେ ସେଠାରେ ଲୁଚି ରହିଥିଲେ । ତେବେ ଜିତେନ୍ଦ୍ର କୋର୍ଟ ପରିସରରେ ପହଞ୍ଚିବା କ୍ଷଣି ଦୁର୍ବୃତ୍ତମାନେ ତାଙ୍କୁ ଗୁଳି କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତୁ୍ୟ ହୋଇଛି । ଅନ୍ୟପକ୍ଷରେ ଘଟଣା ପରେ ସେଠାରେ ଉପସ୍ଥିତ ପୁଲିସ କର୍ମଚାରୀଙ୍କ ଗୁଳିରେ ସମ୍ପୃକ୍ତ ଦୁଇ ଦୁର୍ବୃତ୍ତଙ୍କ ମୃତୁ୍ୟ ହୋଇଥିବା ଜଣାଯାଇଛି । ତେବେ କୋର୍ଟପରିସରରେ ସଂଗଠିତ ଏହି ଗୁଳିକାଣ୍ଡରେ ମୋଟ ୪ ଜଣଙ୍କ ମୃତୁ୍ୟ ହୋଇଥିବାବେଳେ ଜଣେ ମହିଳା ଓକିଲ ଆହତ ହୋଇଛନ୍ତି ।
ଜିତେନ୍ଦ୍ରକୁ ଦୁଇ ବର୍ଷ ପୂର୍ବେ ସ୍ପେଶାଲ ସେଲ୍ ଗୁରଗ୍ରାମରୁ ଗିରଫ କରିଥିଲା। ତାକୁ ତିହାର ଜେଲ୍ରେ ରଖାଯାଇଥିଲା। ଶୁକ୍ରବାର କୋର୍ଟରେ ହାଜର କରିବାକୁ ଅଣାଯାଇଥିଲା। ସ୍ପେଶାଲ ଟିମ୍ର ଟିମ୍ ଜିତେନ୍ଦ୍ରଙ୍କୁ କୋର୍ଟ ରୁମ୍କୁ ନେଇକି ଯାଇଥିଲେ, ସେଠାରେ ଏହି ଦୁର୍ଘଟଣା ଘଟିଥିଲା। ଏହି ସମୟରେ ବିରୋଧି ଗ୍ୟାଙ୍ଗ ଜିତେନ୍ଦ୍ରଙ୍କ ଉପରେ ଓକିଲ ରୂପରେ ଆକ୍ରମଣ କରିଥିଲା। କୁହାଯାଉଛି ଯେ, ଟିଲୁ ଗ୍ୟାଙ୍ଗ ପକ୍ଷରୁ ଏହି ଆକ୍ରମଣ କରାଯାଇଛି। ପୋଲିସର ଆକ୍ରମଣରେ ଦୁଇ ଜଣ ଆକ୍ରମଣକାରୀ ନିହତ ହୋଇଛନ୍ତି।
Powered by Froala Editor