ପେଗାସସ୍ ମାମଲାର ଯାଞ୍ଚ ପାଇଁ ବିଶେଷଜ୍ଞ କମିଟି ଗଠନ କରିବେ ସୁପ୍ରିମକୋର୍ଟ

‘ପେଗାସସ୍ ଗୁପ୍ତ ସୂଚନା ତଲାସ ମାମଲା’ର ତଦନ୍ତ ପାଇଁ ସୁପ୍ରିମ୍ କୋର୍ଟ ବିଶେଷଜ୍ଞ କମିଟି ଗଠନ କରିବେ। ଆଗାମୀ ସପ୍ତାହରେ ଏ ସମ୍ବନ୍ଧୀୟ ସବିଶେଷ ଆଦେଶନାମା ଜାରି କରାଯିବ। ଖୁବଶୀଘ୍ର ବିଶେଷଜ୍ଞ କମିଟି ସଦସ୍ୟଙ୍କ ନାମ ଘୋଷଣା କରାଯିବ ବୋଲି ଏକ ମାମଲାର ଶୁଣାଣି ବେଳେ ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭି ରମଣା କହିଛନ୍ତି ।
ବରିଷ୍ଠ ଆଡ୍ଭୋକେଟ୍ ସି. ୟୁ. ସିଂହଙ୍କୁ ଭାରତର ପ୍ରଧାନ ବିଚାରପତି କହିଲେ ଯେ, ପେଗାସସ୍ କେଳେଙ୍କାରୀ ପ୍ରସଙ୍ଗରେ ତଦନ୍ତ କମିଟି ଗଠନ ନିମନ୍ତେ ଚଳିତ ସପ୍ତାହରେ ସୁପ୍ରିମ୍ କୋର୍ଟ ଆଦେଶ ଜାରି କରିବାକୁ ଚାହୁଁଛନ୍ତି। କିନ୍ତୁ, ସେମାନେ (ବିଚାରପତିମାନେ) ମନୋନୀତ କରିଥିବା କେତେଜଣ ବିଶେଷଜ୍ଞ ବ୍ୟକ୍ତିଗତ କାରଣ ଦର୍ଶାଇ ଏହି କମିଟିରେ ସାମିଲ ହେବାକୁ ଅକ୍ଷମତା ପ୍ରକାଶ କରିଛନ୍ତି। ସେ ଯାହାହେଉ, ଆଗାମୀ ସପ୍ତାହ ମଧ୍ୟରେ ଆମେ ‘ଟେକ୍ନିକାଲ୍ ଏକ୍ସପର୍ଟ ଟିମ୍’ର ସଦସ୍ୟମାନଙ୍କ କଥା ଚୂଡ଼ାନ୍ତ କରି ଆଦେଶନାମା ଜାରି କରିବୁ।
ଇସ୍ରାଏଲ ସ୍ପାଏଓ୍ବେର ପେଗାସସ୍ ସହାୟତାରେ ଦେଶର ବହୁ ପୁଞ୍ଜିପତି, ରାଜନେତା, ସାମ୍ବାଦିକ, ଆଇନଜୀବୀ ଏପରିକି ସୁପ୍ରିମକୋର୍ଟର କେତେଜଣ ବିଚାରପତିଙ୍କ ତଥ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । କେନ୍ଦ୍ର ସରକାର କମିଟି ଗଠନ କରି ଏହାର ଯାଞ୍ଚ କରିବାକୁ କୋର୍ଟଙ୍କୁ କହିଥିଲେ ବି ରାଷ୍ଟ୍ରର ସୁରକ୍ଷା ପାଇଁ ବିସ୍ତୃତ ସତ୍ୟପାଠ ଦାଖଲ କରିହେବ ନାହିଁ ବୋଲି କହିଥିଲେ । ଯାହାପରେ ସୁପ୍ରିମକୋର୍ଟ ବିଶେଷଜ୍ଞ କମିଟି ଗଠନ କରି ପିଟିସନର ଯାଞ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
Powered by Froala Editor