କୋଟିଆ ଓଡିଶାର ଅବିଚ୍ଛେଦ୍ୟ ଅଙ୍ଗ, ସେଠାରେ ବି ହେବ ନିର୍ବାଚନ: ଜିଲ୍ଲାପାଳ
କୋରାପୁଟ: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକର କୋଟିଆ ପଞ୍ଚାୟତରେ ସ୍ୱାଭାବିକ ଭାବେ ଓଡ଼ିଶା ପକ୍ଷରୁ ପଞ୍ଚାୟତ ନିର୍ବାଚନ କରାଯିବ । ଅନ୍ୟ ଜିଲ୍ଲାଗୁଡିକ ପରି ଏଠାରେ ରାଜ୍ୟ ନିର୍ବାଚନ କମିସନଙ୍କ ଆଇନ ମୁତାବକ ଠିକ ସମୟରେ ନିର୍ବାଚନ କରାଯିବ ବୋଲି କୋରାପୁଟ ଜିଲ୍ଲାପାଳ ଅବଜଲ ଏମ ଅଖତର ସୂଚନା ଦେଇଛନ୍ତି । ଜିଲ୍ଲାପାଳ କହିଛନ୍ତି ଯେ ଆନ୍ଧ୍ର ସରକାର ସେମାନଙ୍କ ଅଞ୍ଚଳରେ ଏମପିସିଟି ନିର୍ବାଚନ କରାଇଛନ୍ତି । ଓଡ଼ିଶାର କୌଣସି ଅଂଶରେ ନିର୍ବାଚନ ହୋଇନାହିଁ କି ଓଡ଼ିଶାରୁ କୌଣସି ଲୋକ ଏହି ନିର୍ବାଚନରେ ଭାଗ ନେଇ ନାହାନ୍ତି । ଓଡ଼ିଶା ନିର୍ବାଚନ କମିସନଙ୍କ ନିଦେ୍ର୍ଧଶକ ମୁତାବକ ରାଜ୍ୟରେ ଯେପରି ନିର୍ବାଚନ ହୁଏ ସେପରି କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବାରୁ ସେଠାରେ ମଧ୍ୟ ନିର୍ବାଚନ ହେବ ବୋଲି ସେ କହିଛନ୍ତି । ସୂଚନା ଯୋଗ୍ୟ ଯେ ଏପି୍ରଲ ୮ ତାରିଖରେ ଆନ୍ଧ୍ର ପକ୍ଷରୁ ଏମସିଟିସି ଓ ଜେଡପିଟିସି ନାରେଡିବାଲସାରେ ଏକ ବୁଥରେ ନିର୍ବାଚନ ହୋଇଥିଲା । ନିର୍ବାଚନ ନୀତି ନିୟମ ମାନି ନଥିବାରୁ ମାମଲା ଆନ୍ଧ୍ର ହାଇକୋର୍ଟରେ ପହଞ୍ଚିଥିଲା ବେଳେ ନିର୍ବାଚନକୁ ରଦ୍ଧ କରାଯାଇଥିଲା । ଏହା ପରେ ଗୁରୁବାର ଦିନ ଆନ୍ଧ୍ର ହାଇକୋର୍ଟରେ ଶୁଣାଣି କରାଯାଇ ନିର୍ବାଚନ ଫଳାଫଳ ପ୍ରକାଶ କରିବାକୁ କୁହାଯାଇଥିଲା । ରବିବାର ଦିନ ନିର୍ବାଚନ ଫଳ ପ୍ରକାଶ ପାଇଥିଲେ ମଧ୍ୟ ବିଜୟ ଉତ୍ସବ ପାଳନ ହୋଇ ପାରିନଥିଲା ।
Powered by Froala Editor