ଦେଶର ସମସ୍ତ ଐତିହାସିକ ସ୍ମାରକୀ-ସଂଗ୍ରହାଳୟ ବନ୍ଦ
ନୂଆଦିଲ୍ଲୀ: କରୋନା ସଂକ୍ରମଣର ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ୍ ଇଣ୍ଡିଆ(ASI) ଦ୍ୱାରା ସଂରକ୍ଷିତ ସମସ୍ତ ସ୍ମାରକୀକୁ ମେ ୧୫ ପର୍ୟ୍ୟନ୍ତ ବନ୍ଦ ରଖିବାକୁ ସଂସ୍କୃତି ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି।
ଏଥି ସହିତ, ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ଅଫ୍ ଇଣ୍ଡିଆ (ASI)ନିର୍ଦ୍ଦେଶରେ କୁହାଯାଇଛି ଯେ, କୋଭିଡ -୧୯ର ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ଅଧୀନରେ ଥିବା ସମସ୍ତ କେନ୍ଦ୍ରୀୟ ସଂରକ୍ଷିତ ସ୍ମାରକୀ ଏବଂ ସଂଗ୍ରହାଳୟକୁ ଆସନ୍ତା ୧୫ ତାରିଖ ପର୍ୟ୍ୟନ୍ତ ବନ୍ଦ କରାଯିବା ନେଇ ସ୍ଥିର ହୋଇଛି। ଏହି ଅବଧି ମଧ୍ୟରେ, ୩୬୯୩ ସ୍ମାରକୀ ଏବଂ ୫୦ ସଂଗ୍ରହାଳୟ ୧୫ ମେ ପର୍ୟ୍ୟନ୍ତ ବନ୍ଦ ରହିବ।