୨୪ ଘଣ୍ଟାରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା

ଭୁବନେଶ୍ୱର: କିଛି ଦିନ ହେବ ରାଜ୍ୟରେ ନିଅଣ୍ଟିଆ ବର୍ଷା ସ୍ଥିତି ରେକର୍ଡ ହେଉଥିବା ବେଳେ ଗତ ୨୪ ଘଣ୍ଟାରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଜଗତସିଂହପୁର ଜିଲ୍ଲାରେ ସର୍ବାଧିକ ୫୯ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ବଲେଶ୍ୱର ଜିଲ୍ଲା ସୋରରେ ସର୍ବନିମ୍ନ ୨୭ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସୂଚନା ଅନୁସାରେ ରାଜ୍ୟରେ ଜୁନ ଓ ସେପ୍ଟେମ୍ବର ମଧ୍ୟରେ ୬୬୬.୧ ମିଲିମିଟର ବର୍ଷା ହୋଇଛି । ହୋଇଥିବା ବର୍ଷା ସ୍ୱାଭାବିକ ଠାରୁ ୨୯ ପ୍ରତିଶତ କମ ରହିଛି ବୋଲି ସୂଚନା ମିଳତଛି । ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, କୋରାପୁଟ, କେନ୍ଦ୍ରାପଡା ଓ ମାଲକାନାଗିରିକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଜିଲ୍ଲାରେ ସ୍ୱାଭାବିକ ଠାରୁ କମ୍ ବର୍ଷା ରେକର୍ଡ ହୋଇଛି । ରାଜ୍ୟର କିଛି ଜିଲ୍ଲା ଗୁଡିକରେ ଅତ୍ୟନ୍ତ କମ ବର୍ଷା ହୋଇଥିବାରୁ ମରୁଡି ସ୍ଥିତିର ଆାଙ୍କା ମଧ୍ୟ ରହିଛି । ଏହି ଜିଲ୍ଲା ଗୁଡିକ ହେଲା ଭଦ୍ରକ, ବଲାଙ୍ଗିର, ଯାଜପୁର । ଏହା ସହିତ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
Powered by Froala Editor