‘ମୁମ୍ବାଇ ଡାଏରିଜ୍ ୨୬/୧୧’ରେ କରୋନା ଯୋଦ୍ଧାଙ୍କ ଅକୁହା କାହାଣୀ
‘ମୁମ୍ବାଇ ଡାଏରିଜ୍ ୨୬/୧୧’ ୱେବ୍ ସିରିଜ୍ର ଟ୍ରେଲର ରିଲିଜ ହୋଇଛି । ଗେଟୱେ ଅଫ୍ ଇଣ୍ଡିଆରେ ଏହାର ଲଞ୍ଚିଂ କରାଯାଇଛି । ଏହା ସେପ୍ଟେମ୍ବର ୯ରେ ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହେବ ।
ଏହି ସିରିଜ ଏକ ସରକାରୀ ହସ୍ପିଟାଲରେ ଘଟିତ ସତ ଘଟଣା ଉପରେ ଆଧାରିତ । କରୋନା ମହାମାରୀ ବେଳେ ଡାକ୍ତର, ନର୍ସ, ୱାର୍ଡବଏ, ପୁଲିସ, ବିଏମ୍ସି କାର୍ଯ୍ୟକର୍ତ୍ତାଙ୍କ ଭଳି ସମ୍ମୁଖ ଯୋଦ୍ଧାଙ୍କ ବଳିଦାନର ଅନେକ ଅକୁହା କାହାଣୀ ରହିଛି । ଯାହାକୁ ଦେଖିଲେ ମନ କୋହରେ ଭରିଯିବ । ଏହାର ଟ୍ରେଲର ରିଲିଜ ହେବା ପରେ ମହାରାଷ୍ଟ୍ରର ପର୍ଯ୍ୟଟନ ଓ ପର୍ଯ୍ୟାବରଣ ମନ୍ତ୍ରୀ ଆଦିତ୍ୟ ଠାକରେ ଉପସ୍ଥିତ ରହି ପ୍ରଥମେ ସମ୍ମୁଖ ଯୋଦ୍ଧାଙ୍କୁ ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଅବସରରେ ଆଦିତ୍ୟ ଠାକରେ କହିଛନ୍ତି, ମୁମ୍ବାଇର ଭାବନା ସତରେ ନମନୀୟ । ହେଲେ ବାସ୍ତବ ଜୀବନରେ ଏହି ଯୋଦ୍ଧାଙ୍କ ବଳିଦାନ ଅତୁଳନୀୟ ।
ଆମାଜନ ପ୍ରାଇମ ଭିଡିିଓ ଇଣ୍ଡିଆ ହେଡ୍ ଅଫ୍ ଇଣ୍ଡିଆ ଓରିଜିନାଲ୍ସ ଅପର୍ଣ୍ଣା ପୁରୋହିତ କହିଛନ୍ତି, ମହାମାରୀ ସମସ୍ତଙ୍କୁ ଜୀବନ ମରଣର ଦୋଛକିରେ ଠିଆ କରିଥିଲା । ଆମେ ସେତେବେଳେ ଦେଖିଥିଲୁ ମୁମ୍ବାଇର ନିସ୍ୱାର୍ଥ ଯୋଦ୍ଧାଙ୍କ ସାହାସକୁ । ସେମାନଙ୍କ ଅବିଶ୍ୱସନୀୟ ସାହାସ ସହରକୁ ପୁଣି ଥରେ ସାମାନ୍ୟ ସ୍ଥିତିକୁ ଫେରାଇ ଆଣିଥିଲା । ଏଥିପାଇଁ ସେମାନଙ୍କ ବଳିଦାନକୁ ଆମେ ସମ୍ମାନ କରୁଛୁ ।
Powered by Froala Editor