ଜେଲ୍ ଡିଜିଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ
କଟକ: ଜେଲ୍ ଡିଜି ସୁଶାନ୍ତ ନାଥଙ୍କ ନାଁରେ ଆସିଛି ଯୌନ ନିର୍ଯାତନାର ସଙ୍ଗୀନ ଅଭିଯୋଗ। ଚୌଦ୍ୱାର ଜେଲ୍ର ପୂର୍ବତନ ଜେଲର ଏହି ଅଭିଯୋଗ ଆଣିଛନ୍ତି। କାର୍ଯ୍ୟକ୍ଷେତ୍ରରେ ତାଙ୍କୁ ଯୌନ ନିର୍ଯାତନା ଦିଆଯିବା ସହ କ୍ୟାରିୟର ଶେଷ କରିଦେବାକୁ ଧମକ ମିଳିଥିବା ସେ ଅଭିଯୋଗ କରିଛନ୍ତି। ପୂର୍ବତନ ଜେଲରଙ୍କ ଅଭିଯୋଗ ଆଧାରରେ ଚୌଦ୍ୱାର ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ମାମଲାର ତଦନ୍ତ ଆରମ୍ଭ ହୋଇଥିବା ନେଇ କମିଶନରେଟ୍ ପୁଲିସ ପକ୍ଷରୁ ଗୃହ ବିଭାଗକୁ ମଧ୍ୟ ଅବଗତ କରାଯାଇଛି।ଅଭିଯୋଗ ଅନୁଯାୟୀ, ତାଙ୍କର ବୃତ୍ତିଗତ ଜୀବନ ନଷ୍ଟ କରିଦେବାକୁ ଧମକ ଦିଆଯାଇଥିବା ମଧ୍ୟ ସେ ଅଭିଯୋଗରେ ଦର୍ଶାଇଛନ୍ତି।
Powered by Froala Editor