ହୀରାର ମାସ୍କ ପିନ୍ଧିଲେ ଉର୍ବଶୀ

ବଲିଉଡର ଅଭିନେତ୍ରୀ ଉର୍ବଶୀ ରୌତେଲା ପିନ୍ଧିଛନ୍ତି ସବୁଠାରୁ ଦାମୀ ମାସ୍କ। ଯେଉଁଥିରେ ହୀରା ଜଡିତ ହୋଇଛି । ଅଭିନେତ୍ରୀଙ୍କ ଏହି ନୂଆ ରୂପ ଏବେ ସୋଶାଲ ମିଡିଆରେ ହଇଚଇ ସୃଷ୍ଟି କରିଦେଇଛି। ଏକ ଇଣ୍ଟରନ୍ୟାସନାଲ ବ୍ରାଣ୍ଡର ଶୁଟିଂ ସମୟରେ ଉର୍ବଶୀ ୩ କୋଟି ଟଙ୍କାର ହୀରା ଜଡିତ ମାସ୍କ ପିନ୍ଧିଥିଲେ। ଏହି ମାସ୍କ ପିନ୍ଧିଥିବା ବେଳର ଏକ ଭିଡିଓକୁ ଉର୍ବଶୀ ନିକଟରେ ନିଜ ଇନ୍ଷ୍ଟାଗ୍ରାମରେ ସେଆର କରିଥିଲେ। ଏହି ଭିଡିଓକୁ ସେଆର କରି କ୍ୟପସନ୍ରେ ଲେଖିଛନ୍ତି, “ତାଙ୍କର ଏହି ମାସ୍କ ବେଶ୍ ଓଜନଦାର ଥିଲା। ଇଣ୍ଟରନ୍ୟାସନାଲ ବ୍ରାଣ୍ଡର ଶୁଟିଂ ବେଳେ ସେ ମନଭରି ଉପଭୋଗ କରିଥିଲେ। ଏତେ ଗୁଡିଏ ହୀରାକୁ ଏକା ସାଙ୍ଗରେ ସେ ତାଙ୍କ ଜୀବନ କାଳରେ କେବେ ଦେଖିନଥିଲେ।” ସୂଚନାଯୋଗ୍ୟ ଯେ, ଖୁବ୍ଶୀଘ୍ର ଉର୍ବଶୀଙ୍କୁ ଏକ ତାମିଲ ଫିଲ୍ମ `ବ୍ଲାକ ରୋଜ’ରେ ଦେଖିବାକୁ ମିଳିବ। ନିଜ ଲୁକ୍କୁ ନେଇ ନୂଆ ନୂଆ ଏକ୍ସପେରିମେଣ୍ଟ କରିବା ଉର୍ବଶୀଙ୍କୁ ବେଶ୍ ପସନ୍ଦ। ତେବେ ପ୍ରଶଂସକଙ୍କୁ ତାଙ୍କର ଏହି ରୂପ ବେଶ୍ ପସନ୍ଦ ଆସୁଛି।