ଲୁହା ପ୍ଲେଟ ଖସି ମାଆ ଓ ପୁଅ ମୃତ
ସିମୁଳିଆ: ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ନିକଟରେ ଦୁର୍ଘଟଣାରେ ମାଆ ଓ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ମହିଳା ଆହତ ହୋଇ ସିମୁଳିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ସୂଚନାରୁ ପ୍ରକାଶ ନୀଳଗିରି ଥାନା ଶ୍ୟାମସୁନ୍ଦରପୁର ଗ୍ରାମର ବିଜୟ ସୋରେନଙ୍କ ପରିବାର ଲୋକ ପାରାଦୀପକୁ କାମ କରିବା ପାଇଁ ଯାଇଥିଲେ। ସେମାନେ ଚଣ୍ଡୀଖୋଲରୁ ଏକ ଆଇଚର ଯୋଗେ ୭ ଜଣ ବସି ଘରକୁ ଫେରୁଥିଲେ। ମାତ୍ର ସିମୁଳିଆ ଥାନା ୧୬ନଂ ଜାତୀୟ ରାଜପଥ ଉପରେ ଥିବା ହମ୍ପରେ ଆଇଚରଟି ବ୍ରେକ ମାରିଦେବାରୁ ଆଇଚର ଭିତରେ ଭର୍ତ୍ତି ଥିବା ଲୁହା ପ୍ଲେଟ ଖସି ମାଆ ଓ ପୁଅ ଉପରେ ବାଜି ଯାଇଥିଲା। ଯାହା ଫଳରେ ଘଟଣା ସ୍ଥଳରେ ୭ ଜଣଙ୍କ ମଧ୍ୟରୁ ମାଆ ସୋମବାରୀ ସୋରେନ (୨୬)ବର୍ଷ ଓ ପୁଅ ସୌରଭ (୫) ବର୍ଷଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଖବର ପାଇ ସିମୁଳିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଛି।
Powered by Froala Editor