ନବୀନଙ୍କର ଘୋଡ଼ା ବେପାରର ଅଭିଜ୍ଞତା ରହିଛି: ଜୟନାରାୟଣ
ଭୁବନେଶ୍ଵର: ଆସନ୍ତା ୧୬ ତାରିଖରେ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବଂ ଭାଜପା ବିଧାୟକ ଜୟନାରାୟଣ ମିଶ୍ର ମୁହାଁମୁହିଁ ହୋଇଛନ୍ତି। ଘୋଡ଼ା ବେପାର ନେଇ ଦୁଇ ନେତା ପରସ୍ପରକୁ ଆକ୍ଷେପ କରିଛନ୍ତି । ବିଜେପି ଘୋଡ଼ା ବେପାର କରୁଛି। ଏହା ଅପରାଧ ବୋଲି ନବୀନ କହିଥିବାବେଳେ ଜୟନାରାୟଣ କହିଛନ୍ତି ନବୀନଙ୍କର ଘୋଡ଼ା ବେପାରର ଅଭିଜ୍ଞତା ରହିଛି। ଆମେ ଘୋଡ଼ା ବେପାର କରୁନୁ, ବିବେକାନୁମୋଦିତ ଭୋଟ୍ ମାଗିଛୁ। ନବୀନ ପରାଜୟ ସ୍ବୀକାର କରୁଥିବା ଜଣାପଡ଼ିଗଲାଣି ବୋଲି ଜୟନାରାୟଣ କହିଛନ୍ତି।
Powered by Froala Editor