ହାତୀ ଆତଙ୍କ: ଦୁଇ ଦିନରେ ୩ ମୃତ
ଜି ଉଦୟଗିରି: ପାବୁରିଆ ସେକ୍ସନ ଅନ୍ତର୍ଗତ ଡ।ମ୍ବା ଅଞ୍ଚଳରେ ହାତୀ ଆତଙ୍କ । ଉତ୍ତର ଘୁମୁସର ବନାଞ୍ଚଳରୁ ଫେରୁଥିବା ଏକ ଦନ୍ତା ଦୁଇ ଜଣଙ୍କର ଜୀବନ ନେଇଛି। ମୃତକ ବାମଦେବ ପ୍ରଧାନ (୬୩)ଏବଂ କୀର୍ତନ ବଗର୍ତି(୬୧) ବୋଲି ଜଣାପଡିଛି। ଆଜି ଭୋର ସମୟ ରେ ମଧ୍ୟ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକଙ୍କ ସଂଖ୍ୟା ୩ରେ ପହଞ୍ଚିଛି।
ମୃତକ ପାବୁରିଆ ଅଞ୍ଚଳ ର ଦୁରିତ ପ୍ରଧାନ ବୋଲି ଜଣାପଡିଛି। ସେ ଶିକାର କରିବାକୁ ସିନ୍ଦରୀଗୁଡା ଜଙ୍ଗଲକୁ ଯାଇଥିବା ବେଳେ ଦନ୍ତା ଆକ୍ରମଣର ଶିକାର ହୋଇଥିଲେ।
Powered by Froala Editor