Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, March 13, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ରାଜ୍ୟଗୁଡିକୁ ୪୦,୦୦୦ ଲିଟର କିରାସିନି ...

  • ଏଲଓସି ନିକଟରୁ ଜବତ ହେଲା ୮ କୋଟିର ହେରୋଇନ

  • ନେତାଙ୍କ ଘରୁ ୫୫ ସିଲିଣ୍ଡର ଜବତ, ପ୍ରତି ...

  • ଭାରତରେ ପର୍ଯ୍ୟାପ୍ତ ଅଶୋଧିତ ତୈଳ ଅଛି : ...

  • ସେଲିବ୍ରେଶନ ସମୟରେ ଜାତୀୟ ପତାକାକୁ ...

  • ମାଲାୟଲମ ଅଭିନେତା ହରି ମୁରଲୀଙ୍କ ...

  • ହର୍ମୁଜ୍ ପ୍ରଣାଳୀରୁ ମୁମ୍ବାଇ ପହଞ୍ଚିଲା ...

  • ସପ୍ତାହରେ ତିନିରୁ ଚାରି ଥର ପିଅନ୍ତୁ ଚା

  • ପେଇଂ ଗେଷ୍ଟଙ୍କୁ ଦିନରେ କେବଳ ୨ ଥର ଖାଦ୍ୟ ...

  • ମୋଦୀଙ୍କ ପରାମର୍ଶ: ରନ୍ଧନ ଗ୍ୟାସ ଅଭାବକୁ ...

ରାଜ୍ୟ
Home ›› ରାଜ୍ୟ ››ଆମ ସରକାର ଆଦିବାସୀ, ଦଳିତ ଓ ସଂଖ୍ୟାଲଘୁଙ୍କ ପାଇଁ ସମର୍ପିତ ଭାବେ କାର୍ଯ୍ୟ କରୁଛନ୍ତି : ନିତ୍ୟାନନ୍ଦ ଗଣ୍ଡ

ଆମ ସରକାର ଆଦିବାସୀ, ଦଳିତ ଓ ସଂଖ୍ୟାଲଘୁଙ୍କ ପାଇଁ ସମର୍ପିତ ଭାବେ କାର୍ଯ୍ୟ କରୁଛନ୍ତି : ନିତ୍ୟାନନ୍ଦ ଗଣ୍ଡ

2026-03-13 12:04:22
13324
Share:
Facebook
Twitter
E-Mail
WhatsApp
Telegram
ଆମ ସରକାର ଆଦିବାସୀ, ଦଳିତ ଓ ସଂଖ୍ୟାଲଘୁଙ୍କ ପାଇଁ ସମର୍ପିତ ଭାବେ କାର୍ଯ୍ୟ କରୁଛନ୍ତି : ନିତ୍ୟାନନ୍ଦ ଗଣ୍ଡ

ଭୁବନେଶ୍ବର: ଆଦିବାସୀ, ଦଳିତ, ସଂଖ୍ୟାଲଘୁଙ୍କ ପ୍ରତି ଏ ସରକାର ଆଦୌ ସଦୟ ନୁହନ୍ତି। ଏହି ବିଭାଗକୁ ପର୍ଯ୍ୟାପ୍ତ ଅନୁଦାନ ଦିଆଯାଉ ନାହିଁ ଓ କେନ୍ଦ୍ରୀୟ ଅନୁଦାନ ବଢ଼ୁ ନାହିଁ। ବିଭାଗ ଅନେକ କ୍ଷେତ୍ର ଅବହେଳିତ ହୋଇ ରହିଛି। ଲୋକଙ୍କ ଉପରେ ନିର୍ଯାତନା ମାମଲା ବଢ଼ୁଛି, ଦଣ୍ଡବିଧାନ ହାର କମୁଛି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପାଇଁ ମନ୍ତ୍ରୀଙ୍କ ଦ୍ବାରା ୨୦୨୬–୨୭ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନକୁ ବିରୋଧ କରି ଗୁରୁବାର ବିଧାନସଭାରେ ଏପରି କହିଛନ୍ତି ବିଜେଡି ଓ କଂଗ୍ରେସ ସଦସ୍ୟ। ତେବେ ବିଜେଡି ସରକାରଙ୍କୁ ଦୋଷାରୋପ କରିବା ସହ ଆମ ସରକାର ଆଦିବାସୀ, ଦଳିତ, ସଂଖ୍ୟାଲଘୁଙ୍କ ପାଇଁ ସମର୍ପିତ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି।

ବିଭାଗର ବଜେଟ ଆଲୋଚନାରେ ଉତ୍ତର ରଖି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି, ବିଜେଡି ସରକାରରେ ଏହି ବିଭାଗ ଅବହେଳିତ ହୋଇ ରହିଥିଲା। ଖୋଦ୍ ପୂର୍ବତନ ମନ୍ତ୍ରୀଙ୍କ ଜିଲାରେ ପ୍ରକଳ୍ପ ଅଧାପନ୍ତରିଆ ପଡିଥିଲା। ସଂସ୍କାର ଆଣିବା ପାଇଁ ସେତେବେଳେ କେହି ପାଟି ଫିଟାଇଲେ ନାହିଁ। ଆମ ସରକାର ପେସା ଆଇନ୍ ଲାଗୁ କରିବେ। ଉଚ୍ଚଶିକ୍ଷା କ୍ଷେତ୍ରରେ ଆମେ ସଂରକ୍ଷଣ ଦେବୁ। ଏହି ବର୍ଷ ବିଭାଗ ପାଇଁ ସର୍ବମୋଟ ୬୬୪୯ କୋଟି ୩୩ ଲକ୍ଷ ୧୨ ହଜାର ଟଙ୍କାର ବ୍ୟୟବରାଦ କରାଯାଇଛି। ଏଥିରେ ୫୪୦୦ କୋଟି ଟଙ୍କା କାର୍ଯ୍ୟକ୍ରମ ବ୍ୟୟ ଓ ୧୨୪୯ କୋଟିରୁ ଅଧିକ ପ୍ରଶାସନିକ ବ୍ୟୟ ଅନ୍ତର୍ଭୁକ୍ତ ରହିଛି। ଚଳିତ ବର୍ଷର ବଜେଟ ତୁଳନାରେ ଏହା ପ୍ରାୟ ୩% ଅଧିକ।  ପ୍ରାୟ ୨୩ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ ପାଇଁ ୨୦୯୪ କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ ରହିଛି। ରାଜ୍ୟରେ ଆଦିବାସୀ ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷାର ଉନ୍ନତି ପାଇଁ ବର୍ତ୍ତମାନ ୧୭୬୫ଟି ବିଦ୍ୟାଳୟ କାର୍ଯ୍ୟ କରୁଛି, ଯାହା ମଧ୍ୟରୁ ୧୬୧୫ଟି ଆବାସିକ ଓ ୧୫୦ଟି ଅଣ ଆବାସିକ ବିଦ୍ୟାଳୟ। ସହିଦ ମାଧୋ ସିଂ ହାତଖର୍ଚ୍ଚ ଯୋଜନାରେ ୧୫୪ କୋଟି, ଅନ୍ୱେଷା ଯୋଜନାରେ ୧୫୮ କୋଟି ଟଙ୍କା ଦିଆଯାଇଛି। ଧରତି ଆବା ଜନଜାତି ଗ୍ରାମ ଉନ୍ନତି ଅଭିଯାନ ମାଧ୍ୟମରେ ରାଜ୍ୟର ୨୭ଟି ଜିଲାର ୨୩୪ଟି ବ୍ଲକ ଓ ୭୬୬୭ଟି ଗ୍ରାମକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଯୋଜନା ପାଇଁ ୩୨୫ କୋଟିରୁ ଅଧିକ ଟଙ୍କା ବରାଦ କରାଯାଇଛି। ଏହି ବଜେଟ ରାଜ୍ୟର ଆଦିବାସୀ ଓ ପଛୁଆବର୍ଗଙ୍କ ଆର୍ଥିକ ଓ ସାମାଜିକ ସଶକ୍ତୀକରଣ କରିବା ସହିତ ସମାବେଶୀ ଉନ୍ନତିର ଲକ୍ଷ୍ୟ ସାଧନରେ ଏହା ଏକ ମହତ୍ତ୍ବପୂର୍ଣ୍ଣ ପଦକ୍ଷେପ ହେବ ବୋଲି ମନ୍ତ୍ରୀ କହିଛନ୍ତି।
ଆଲୋଚନାରେ ଭାଗ ନେଇ ବିଜେଡି ବିଧାୟକ ଅରୁଣ କୁମାର ସାହୁ କହିଛନ୍ତି, ରାଜ୍ୟରେ ଥିବା ଏସ୍‌ସି, ଏସ୍‌ଟି ଏବଂ ଓବିସିଙ୍କ ଭାଗ ଅନୁସାରେ ବଜେଟ ପ୍ରସ୍ତୁତ କରାଯିବା ଆବଶ୍ୟକ। ସେହି ଅନୁପାତରେ ନିଯୁକ୍ତି ପାଇଁ ସରକାର ସଂରକ୍ଷଣ ବ୍ୟବସ୍ଥା କରିବା ଜରୁରୀ। ଇଞ୍ଜିନିୟରିଂ ଓ ମେଡିକାଲ ନାମ ଲେଖାରେ ମଧ୍ୟ ସଂରକ୍ଷଣ ଦିଆଯାଉ। ଏସ୍‌ସି, ଏସ୍‌ଟି ଏବଂ ଓବିସି ରାଜ୍ୟ ଜନସଂଖ୍ୟାର ସିଂହଭାଗ ହୋଇଥିବା ବେଳେ କେବଳ କିଛି ମୁଷ୍ଟିମେୟ ଲୋକ ଲାଭାନ୍ବିତ ହେଉଛନ୍ତି। ଗତ ଦୁଇ ବର୍ଷ ଭିତରେ ଏହି ବିଭାଗ ଆଗକୁ ଯିବା ବଦଳରେ ଦୁର୍ବଳ ହୋଇ ଚାଲିଛି ବୋଲି ସେ କହିଥିଲେ। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ରାଜ୍ୟରେ ଆଦିବାସୀ, ହରିଜନଙ୍କ ଉପରେ ଅତ୍ୟାଚାର ବଢ଼ି ଚାଲିଛି। ଖଣି ସମୃଦ୍ଧ ଜିଲାରେ ପୁଲିସ ଓ ପ୍ରଶାସନ ସହାୟତାରେ କର୍ପୋରେଟ କମ୍ପାନୀ ଗରିବ ଆଦିବାସୀଙ୍କ ଉପରେ ଅତ୍ୟାଚାର ଚଳାଉଛନ୍ତି। ଖଣି, ଶିଳ୍ପ ପାଇଁ ଲୋକଙ୍କୁ ନିଜ ଭିଟାମାଟି ଛାଡ଼ିବା ପାଇଁ ବାଧ୍ୟ କରାଯାଉଛି। ଆଦିବାସୀ ବିଦ୍ୟାଳୟରେ ଡ୍ରପଆଉଟ୍ ବଢ଼ୁଛି। ହଷ୍ଟେଲରେ ନାବାଳିକା ଗର୍ଭବତୀ ହେଉଛନ୍ତି। ସରକାର ସେମାନଙ୍କୁ ସୁରକ୍ଷା ଓ ନ୍ୟାୟ ଦେବାରେ ବିଫଳ ହୋଇଛନ୍ତି।

Powered by Froala Editor

Tags Nityananda ganda

Related articles Odisha News Lens 4.1

  • ମାଲାୟଲମ ଅଭିନେତା ହରି ମୁରଲୀଙ୍କ ଦେହାନ୍ତ, କାରଣ ଜଣାପଡ଼ିନାହିଁ
    ଦେଶ-ଦେଶାନ୍ତର

    ମାଲାୟଲମ ଅଭିନେତା ହରି ମୁରଲୀଙ୍କ ଦେହାନ୍ତ, କାରଣ ଜଣାପଡ଼ିନାହିଁ

    14845
    Mar 12, 2026
  •  ମୋଦୀଙ୍କ ପରାମର୍ଶ: ରନ୍ଧନ ଗ୍ୟାସ ଅଭାବକୁ ନେଇ କୌଣସି ପ୍ରକାର ଆତଙ୍କିତ ହେବାର ନାହିଁ
    ଦେଶ-ଦେଶାନ୍ତର

    ମୋଦୀଙ୍କ ପରାମର୍ଶ: ରନ୍ଧନ ଗ୍ୟାସ ଅଭାବକୁ ନେଇ କୌଣସି ପ୍ରକାର ଆତଙ୍କିତ ହେବାର ନାହିଁ

    15703
    Mar 12, 2026
  • ସପ୍ତାହରେ ତିନିରୁ ଚାରି ଥର ପିଅନ୍ତୁ ଚା
    ବିଶେଷ

    ସପ୍ତାହରେ ତିନିରୁ ଚାରି ଥର ପିଅନ୍ତୁ ଚା

    13528
    Mar 12, 2026
  • ଭାରତରେ ପର୍ଯ୍ୟାପ୍ତ ଅଶୋଧିତ ତୈଳ ଅଛି : ପେଟ୍ରୋଲିୟମ ମନ୍ତ୍ରୀ
    ଦେଶ-ଦେଶାନ୍ତର

    ଭାରତରେ ପର୍ଯ୍ୟାପ୍ତ ଅଶୋଧିତ ତୈଳ ଅଛି : ପେଟ୍ରୋଲିୟମ ମନ୍ତ୍ରୀ

    14955
    Mar 12, 2026
  • ଏଲଓସି ନିକଟରୁ ଜବତ ହେଲା ୮ କୋଟିର ହେରୋଇନ
    ଦେଶ-ଦେଶାନ୍ତର

    ଏଲଓସି ନିକଟରୁ ଜବତ ହେଲା ୮ କୋଟିର ହେରୋଇନ

    14037
    Mar 13, 2026
  • ରାଜ୍ୟଗୁଡିକୁ ୪୦,୦୦୦ ଲିଟର କିରାସିନି ଯୋଗାଇ ଦେବାକୁ ନିଷ୍ପତ୍ତି
    ଦେଶ-ଦେଶାନ୍ତର

    ରାଜ୍ୟଗୁଡିକୁ ୪୦,୦୦୦ ଲିଟର କିରାସିନି ଯୋଗାଇ ଦେବାକୁ ନିଷ୍ପତ୍ତି

    13445
    Mar 13, 2026
  • ସେଲିବ୍ରେଶନ ସମୟରେ ଜାତୀୟ ପତାକାକୁ ଅସମ୍ମାନ
    ଖେଳ ଖବର

    ସେଲିବ୍ରେଶନ ସମୟରେ ଜାତୀୟ ପତାକାକୁ ଅସମ୍ମାନ

    13743
    Mar 12, 2026
  • ନେତାଙ୍କ ଘରୁ ୫୫ ସିଲିଣ୍ଡର ଜବତ, ପ୍ରତି ସିଲିଣ୍ଡରକୁ ୨୦୦୦ ଟଙ୍କା ମୂଲ୍ୟରେ ବିକ୍ରି ...
    ଦେଶ-ଦେଶାନ୍ତର

    ନେତାଙ୍କ ଘରୁ ୫୫ ସିଲିଣ୍ଡର ଜବତ, ପ୍ରତି ସିଲିଣ୍ଡରକୁ ୨୦୦୦ ଟଙ୍କା ମୂଲ୍ୟରେ ବିକ୍ରି ...

    15517
    Mar 13, 2026
  • ପେଇଂ ଗେଷ୍ଟଙ୍କୁ  ଦିନରେ କେବଳ ୨ ଥର ଖାଦ୍ୟ ଦେବାପାଇଁ ନିଷ୍ପତ୍ତି
    ଦେଶ-ଦେଶାନ୍ତର

    ପେଇଂ ଗେଷ୍ଟଙ୍କୁ ଦିନରେ କେବଳ ୨ ଥର ଖାଦ୍ୟ ଦେବାପାଇଁ ନିଷ୍ପତ୍ତି

    15428
    Mar 12, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ସପ୍ତାହରେ ତିନିରୁ ଚାରି ଥର ପିଅନ୍ତୁ ଚା

    13528
    Mar 12, 2026
  • ଦେଶ-ଦେଶାନ୍ତର

    ହର୍ମୁଜ୍ ପ୍ରଣାଳୀରୁ ମୁମ୍ବାଇ ପହଞ୍ଚିଲା ଭାରତ ତୈଳ ଟ୍ୟାଙ୍କର୍

    15351
    Mar 12, 2026
  • ଦେଶ-ଦେଶାନ୍ତର

    ମାଲାୟଲମ ଅଭିନେତା ହରି ମୁରଲୀଙ୍କ ଦେହାନ୍ତ, କାରଣ ଜଣାପଡ଼ିନାହିଁ

    14845
    Mar 12, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17367
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17430
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17778
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16250
    Apr 03, 2021

ବିଶେଷ

  • ସପ୍ତାହରେ ତିନିରୁ ଚାରି ଥର ପିଅନ୍ତୁ ଚା

    13528
    Mar 12, 2026
  • ଏହି ରୋଗୀ ଖାଆନ୍ତୁନି ତରଭୁଜ

    14205
    Mar 11, 2026
  • ପିଲାଙ୍କ ସୋସିଆଲ ସ୍କିଲ୍‌ ପାଇଁ ଆପଣାନ୍ତୁ ଏହିସବୁ ଟିପ୍ସ.....

    15053
    Mar 08, 2026
  • ଏହି ସ୍ଥାନରେ କଳାଜାଇ ଥିଲେ ଖୋଲେ ପୂର୍ବଜନ୍ମର ରହସ୍ୟ

    14808
    Mar 07, 2026
  • ହଠାତ୍ ଭୋକ ଲାଗିବା ବନ୍ଦ ହେଉଥିଲେ, ହୋଇପାରେ ସାଂଘାତିକ ରୋଗ

    15258
    Mar 05, 2026

ବାଣିଜ୍ୟ

ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

ଭୁବନେଶ୍ୱର: ଦି ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ (ୟୁଡବ୍ଲୁ୍ଏ) ଏବଂ ସାଇନ୍ସ ଆଣ୍ଡ୍‌ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ (ଅଫିସ ଅଫ୍‌ ଦି ପ୍ରିନସିପାଲ ସାଇଣ୍ଟିଫିକ ...

  • ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

    15675
    Feb 23, 2026
  • ୧ ଏପ୍ରିଲରୁ ନୂତନ ଆୟକର ଆଇନ

    15136
    Feb 09, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14986
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14498
    Feb 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ନେତାଙ୍କ ଘରୁ ୫୫ ସିଲିଣ୍ଡର ଜବତ, ପ୍ରତି ସିଲିଣ୍ଡରକୁ ୨୦୦୦ ଟଙ୍କା ମୂଲ୍ୟରେ ବିକ୍ରି କରୁଥିଲେ

    15517
    Mar 13, 2026
  • ପେଇଂ ଗେଷ୍ଟଙ୍କୁ ଦିନରେ କେବଳ ୨ ଥର ଖାଦ୍ୟ ଦେବାପାଇଁ ନିଷ୍ପତ୍ତି

    15428
    Mar 12, 2026
  • ଭାରତରେ ପର୍ଯ୍ୟାପ୍ତ ଅଶୋଧିତ ତୈଳ ଅଛି : ପେଟ୍ରୋଲିୟମ ମନ୍ତ୍ରୀ

    14955
    Mar 12, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In