ବାହାରକୁ ଯିବାର କଣ ଆବଶ୍ୟକତା ରହିଛି ବୋଲି ପ୍ରଶ୍ନ କଲେ ସୋଫିଆ
ଭୁବନେଶ୍ଵର: ରାଜ୍ୟସଭା ନିର୍ବାଚନ ତାରିଖ ଯେତେ ପାଖଉଛି ରାଜ୍ୟ ରାଜନୀତି ସରଗରମ ହେବାର ଲାଗିଛି। କଂଗ୍ରେସ ବିଧାୟକଙ୍କ ଗସ୍ତକୁ ନାପସନ୍ଦ କଲେ କଟକ ବିଧାୟିକା ସୋଫିଆ ଫିର୍ଦୋସ। ସେ କହିଛନ୍ତି ଯେ, ବାହାରକୁ ଯିବାର କଣ ଆବଶ୍ୟକତା ରହିଛି ବୋଲି ପ୍ରଶ୍ନ କରିଛନ୍ତି। ଆମେ ନିର୍ବାଚିତ ଲୋକ ପ୍ରତିନିଧି, କଟକ ଭଳି ଶିକ୍ଷିତ ସହରରୁ ଆସୁଛୁ। ମୁଁ ଗଣମାଧ୍ୟମରୁ ଶୁଣିଲି, ମୋତେ କିଛି କୁହାଯାଇନାହିଁ। ଆମେ ବି ନିଜେ ନିଜେ ନିଷ୍ପତ୍ତି ନେଇଛୁ ବୋଲି କହିଲେ ସୋଫିଆ
ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ଓ ଘୋଡ଼ା ବେପାର ଭୟରେ କଂଗ୍ରେସ ତା’ର ବିଧାୟକମାନଙ୍କୁ ଓଡ଼ିଶା ବାହାରକୁ ସ୍ଥାନାନ୍ତର କରିଛି। ଗୁରୁବାର ପୂର୍ବାହ୍ଣରେ ଭୁବନେଶ୍ବରରେ ନିର୍ବାଚନ ପୂର୍ବରୁ ଉପସ୍ଥିତ ରହିବା ପାଇଁ ହ୍ବିପ ଜାରି କରିଥିଲେ ସୁଦ୍ଧା ଘୋଡ଼ା ବେପାର ଆଶଙ୍କାରେ ଭୟଭୀତ ହୋଇ କଂଗ୍ରେସ ବିଧାୟକଗଣ ଭୁବନେଶ୍ବରରୁ ବେଙ୍ଗାଲୁରୁ ଯାତ୍ରା କରିଛନ୍ତି। ପ୍ରଥମେ କଂଗ୍ରେସ ଶାସିତ ରାଜ୍ୟ ତେଲେଙ୍ଗାନାର ହାଇଦ୍ରାବାଦକୁ ଯିବାକୁ ସ୍ଥିର ହୋଇଥିଲେ ମଧ୍ୟ ଶେଷ ମୁହୁର୍ତ୍ତରେ ବିଧାୟକମାନେ ବେଙ୍ଗାଲୁରୁ ଯାଇଛନ୍ତି। କର୍ଣ୍ଣାଟକର ଉପ-ମୁଖ୍ୟମନ୍ତ୍ରୀ ଡି.କେ ଶ୍ରୀକୁମାର କଂଗ୍ରେସ ବିଧାୟକଙ୍କ ରହଣୀ ବ୍ୟବସ୍ଥା କରିଥିବା ଜଣାପଡିଛି। କର୍ଣ୍ଣାଟକରେ କଂଗ୍ରେସ ସରକାର କ୍ଷମତାସୀନ ଥିବାରୁ ସେଠାରେ ଦଳୀୟ ବିଧାୟକ ସୁରକ୍ଷିତ ରହିବେ ବୋଲି କଂଗ୍ରେସ ଶୀର୍ଷ ନେତୃତ୍ବ ଆଶା କରୁଛନ୍ତି। ବେଙ୍ଗାଲୁରୁ ଯାତ୍ରା କରିଥିବା କଂଗ୍ରେସ ବିଧାୟକ ଏବଂ ନେତାଙ୍କ ମଧ୍ୟରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସମେତ ୧୧ଜଣ ବିଧାୟକ ଅଛନ୍ତି।
Powered by Froala Editor