ଭୋଟ କାହାକୁ ଦେବି ଏବେଠୁ କହି କିଛି ଲାଭ ନାହିଁ: ସନାତନ ମହାକୁଡ଼
ଭୁବନେଶ୍ବର: ନିଲମ୍ବିତ ବିଜେଡି ବିଧାୟକ ସନାତନ ମହାକୁଡ଼ ରାଜ୍ୟସଭା ନିର୍ବାଚନରେ କାହାକୁ ଭୋଟ୍ ଦେବେ ସେନେଇ ସସ୍ପେନ୍ସ ଜାରି ରହିଛି। ଏପର୍ଯ୍ୟନ୍ତ ତାଙ୍କ ସହ କେହି ଯୋଗାଯୋଗ କରିନଥିବାବେଳେ ଭୋଟ୍ ସମ୍ପର୍କରେ ସେ ନିର୍ବାଚନ ଦିନ ସ୍ଥିର କରିବେ ବୋଲି କହିଛନ୍ତି। ଶ୍ରୀ ମହାକୁଡ଼ କହିଛନ୍ତି, ରାଜ୍ୟସଭା ନିର୍ବାଚନରେ ଜଣେ ବିଧାୟକ ଭାବେ ଭୋଟ୍ ଦେବାକୁ ପଡ଼ିବ। ଭୋଟଦାନରୁ ବଞ୍ଚିତ ହେବିନି। ମୋ ସହ ବିଜେପି, ବିଜେଡି କିମ୍ବା ସ୍ବାଧୀନ ପ୍ରାର୍ଥୀ ବର୍ତ୍ତମାନ ସୁଦ୍ଧା ଯୋଗାଯୋଗ କରିନାହାନ୍ତି। ଭୋଟ କାହାକୁ ଦେବି ନିର୍ବାଚନ ଦିନ ସ୍ଥିର କରିବି। ଏବେଠୁ ତାହା କହି କିଛି ଲାଭ ନାହିଁ। ମୋତେ ଏପର୍ଯ୍ୟନ୍ତ ବିଜେଡି ପକ୍ଷରୁ କିଛି କୁହାଯାଇନି। ତେଣୁ ବିଜେଡି ପଛରେ ମୋର ଗୋଡ଼ାଇବାର ନାହିଁ।
Powered by Froala Editor