ଦିନକୁ କେତେ ଘଣ୍ଟା ଭାରତୀୟମାନେ ମୋବାଇଲ୍ ବ୍ୟବହାର କରନ୍ତି, ଜାଣନ୍ତୁ..
ଆଧୁନିକ ଯୁଗରେ ମୋବାଇଲ ମଣିଷ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବରେ ଭୂମିକା ନିର୍ବାହ କରିଥାଏ । ମଣିଷ ତାର ନିତିଦିନିଆ କାର୍ଯ୍ୟରେ ମଧ୍ୟ ଏହାକୁ ବ୍ୟବହାର କରିଥାଏ । ଜେଡଡିନେଟ ନ୍ୟୁଜ ୱେବସାଇଟର ରିପୋର୍ଟ ଅନୁସାରେ ବିଶ୍ୱରେ ସର୍ବାଧିକ ମୋବାଇଲ୍ ବ୍ୟବହାରକାରୀ ଦେଶ ମଧ୍ୟରେ ଭାରତର ସ୍ଥାନ ହେଉଛି ତୃତୀୟ । ଏହି ରିପୋର୍ଟରୁ ଜଣାପଡ଼ିଛି ଯେ ଭାରତୀୟମାନେ ପ୍ରତ୍ୟେକ ଦିନ ୪ ଘଣ୍ଟା ୯ ମିନିଟ ବ୍ୟବହାର କରୁଛନ୍ତି ।
ମୋବାଇଲ୍ ବ୍ୟବହାର କରୁଥିବା ଦେଶ ମାନଙ୍କ ମଧ୍ୟରେ ଶୀର୍ଷ ସ୍ଥାନରେ ରହିଛି ବ୍ରାଜିଲ୍ । ସେମାନେ ଦିନକୁ ୫ ଘଂଟାରୁ ଅଧିକ ମୋବାଇଲ ବ୍ୟବହାର କରୁଛନ୍ତି। ଇଣ୍ଡୋନେସିଆ (୫.୩ ଘଂଟା) ଦ୍ୱିତୀୟ ସ୍ଥାନରେ ରହିଛି ।୪ର୍ଥରୁ ୧୦ମ ସ୍ଥାନ ମଧ୍ୟରେ ଦକ୍ଷିଣ କୋରିଆ (୪.୮ ଘଂଟା), ମେକ୍ସିକୋ (୪.୭), ତୁର୍କୀ (୪.୫), ଜାପାନ (୪.୪), କାନାଡା (୪.୧), ଆମେରିକା (୩.୯ ) ଓ ଇଂଲଣ୍ଡ (୩.୮) ରହିଛନ୍ତି ।
Powered by Froala Editor