ଭୋଟରଙ୍କୁ ଲାଞ୍ଚ ଦେବା ଅଭିଯୋଗ: ‘ଟିଆଇ୍ଏସ୍’ ସାଂସଦଙ୍କୁ ଦଣ୍ଡାଦେଶ ସହିତ ଜୋରିମାନା
ଭୋଟରଙ୍କୁ ଲାଞ୍ଚ ଦେବା ଅଭିଯୋଗରେ ଜଣେ ସାଂସଦଙ୍କୁ କାରାଦଣ୍ଡାଦେଶ କରାଯାଇଛି, ଏହା ଦେଶରେ ପ୍ରଥମ ଘଟଣା । ୨୦୧୯ ସାଧାରଣ ନିର୍ବାଚନରେ ଭୋଟରଙ୍କୁ ଲାଞ୍ଚ ଦେବା ଅଭିଯୋଗ ପରେ ନାମପଲ୍ଲୀରେ ସାଂସଦ ଓ ବିଧାୟକମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ସ୍ବତନ୍ତ୍ର ସେସନ୍ ଅଦାଲତ ‘ଟିଆର୍ଏସ୍’ ଲୋକସଭା ସାଂସଦ ମଲୋତ କବିତା ଏବଂ ତାଙ୍କ ସହଯୋଗୀଙ୍କୁ ଦୋଷୀ ବୋଲି ସାବ୍ୟସ୍ତ କରିଛନ୍ତି। ଏଥିସହିତ ବିଚାରପତି ତାଙ୍କୁ ୬ ମାସ ଜେଲ୍ ଦଣ୍ଡାଦେଶ ସହିତ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସେ ୨୦୧୯ରେ ତେଲେଙ୍ଗାନାର ମେହବୁବାବାଦ ଆସନରୁ ତେଲେଙ୍ଗାନା ରାଷ୍ଟ୍ର ସମିତି(ଟିଆର୍ଏସ୍) ଟିକେଟ୍ରେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ସେ ନିର୍ବାଚନ ସମୟରେ ଫ୍ଲାଇଙ୍ଗ୍ ସ୍କ୍ୱାଡ୍ର ଅଂଶବିଶେଷ ଥିବା ରାଜସ୍ୱ କର୍ମଚାରୀମାନେ କବିତାଙ୍କ ତରଫରୁ ଲାଞ୍ଚ ଦେବାବେଳେ ଧରାପଡ଼ିଥିଲେ । ସାଂସଦ କବିତାଙ୍କ ସହଯୋଗୀ ସୌକତ ଅଲି ନାମଧ୍ୟେୟ ବୁର୍ଗାମପାହାଡ଼ ଅଞ୍ଚଳରେ କବିତାଙ୍କ ସପକ୍ଷରେ ଭୋଟ୍ ଦେବା ପାଇଁ ଲୋକମାନଙ୍କୁ ମୁଣ୍ଡପିଛା ୫୦୦ ଟଙ୍କା ଲେଖାଏଁ ବାଣ୍ଟୁଥିଲେ । ଏହି ମାମଲାରେ ଉଭୟଙ୍କୁ ଜେଲ୍ କାରାଦଣ୍ଡ ସହିତ ଜୋରିମାନା ଦେବାପାଇଁ ବିଚାରପତି ରାୟ ଶୁଣାଇଛନ୍ତି ।
ସାଂସଦ ଏବଂ ବିଧାୟକମାନଙ୍କ ମାମଲା ନିମନ୍ତେ ଉଦ୍ଦିଷ୍ଟ ସ୍ବତନ୍ତ୍ର ସେସନ୍ ଅଦାଲତ ଜନ ପ୍ରତିନିଧିଙ୍କୁ କାରାଦଣ୍ଡାଦେଶ ଦେବାରେ ଏହା ହେଉଛି ସାମ୍ପ୍ରତିକ ସମୟର ତୃତୀୟ ମାମଲା। କିନ୍ତୁ, ଲୋକସଭାରେ ସଦ୍ୟ ଥିବା ଜଣେ ସାଂସଦଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ହେଉଛି ପ୍ରଥମ ଘଟଣା। ତେବେ ଉଭୟ ସାଂସଦ ମଲୋତ କବିତା ଓ ତାଙ୍କ ସହଯୋଗୀ ସୌକତ ଅଲିଙ୍କୁ କୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି। ସେମାନେ ତଳ କୋର୍ଟର ଏହି ରାୟ ବିରୋଧରେ ଉଚ୍ଚ କୋର୍ଟରେ ଆବେଦନ କରିପାରିବେ।
Powered by Froala Editor