ମୋଦୀଙ୍କ ମୁହଁରେ ଓଡ଼ିଆ ପୁଅ ଈଶାକଙ୍କ ପ୍ରଶଂସା
ନୂଆଦିଲ୍ଲୀ: 'ମନ କି ବାତ'ର ୭୯ତମ ରେଡିଓ କାର୍ୟ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ବିଭିନ୍ନ କୋଣ ଅନୁକୋଣରେ କିଛି ନୂଆ କରି ଦେଖାଇଥିବା ବ୍ୟକ୍ତିତ୍ବକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଏଥିରେ ସ୍ଥାନ ପାଇଛନ୍ତି ଓଡିଆ ପୁଅ ଈଶାକ । ସମ୍ବଲପୁର ଉପାନ୍ତ ଅଞ୍ଚଳ ବାବୁପାଲିକ ଈଶାକ ମୁଣ୍ଡା ୟୁଟ୍ୟବୁରେ ଭିଡିଓ ଅପଲୋଡ କରି ଟଙ୍କା ରୋଜଗାରକ୍ଷମ ହୋଇପାରିଛନ୍ତି ।
ସପ୍ତମ ଶ୍ରେଣୀ ପର୍ୟ୍ୟନ୍ତ ପାଠପଢିଥିବା ଈଶାକ ୟୁଟ୍ୟୁବରେ ଇଟିଙ୍ଗ ଭିଡିଓ ଛାଡି ଲକ୍ଷ ଲକ୍ଷ ଟଙ୍କା କମାଉଛନ୍ତି । କୋରୋନା କାଳରେ ରୋଜଗାର ହରାଇଥିବା ଈଶାନ 'ଈଶାକ ମୁଣ୍ଡା ଇଟିଙ୍ଗ' ନାମକ ଏକ ୟୁଟ୍ୟୁବ ଚ୍ୟାନେଲ ଖୋଲି ସେଥିରେ ପାରମ୍ପରିକ ଖାଦ୍ୟର ଭିଡିଓ ସେୟାର କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି ।ଇଶାକଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଇଶାକଙ୍କ ଏହି ପଦକ୍ଷେପ ଅତୁଳନୀୟ । ତାଙ୍କର ଏହି ପଦକ୍ଷେପ ମାଧ୍ୟମରେ ସେ ସହରୀ ଲୋକଙ୍କୁ ଏକ ଜୀବନଶୈଳୀ ଦେଖିବା ପାଇଁ ଏକ ସୁଯୋଗ ପ୍ରଦାନ କରିଛନ୍ତି । ଈଶାକ ତାଙ୍କ ରୋଷେଇ ପ୍ରସ୍ତୁତ ଭିଡିଓ ମାଧ୍ୟମରେ ସଂସ୍କୃତିକୁ ବଞାଇ ରଖି ଆମକୁ ଉତ୍ସାହିତ କରିଛନ୍ତି ବୋଲି ମନ କି ବାତ କାର୍ୟ୍ୟକ୍ରମରେ କହିଛନ୍ତି ମୋଦି । ୨୦୨୦ ମାର୍ଚ୍ଚ ୨୬ରେ ଈଶାକ ପ୍ରଥମେ ଖାଦ୍ୟ, ପାନୀୟ ନେଇ ଏକ ଭିଡିଓ ରାଇସ୍ ଆଣ୍ଡ ଇଣ୍ଡିଆନ ସମ୍ବର ଫାଷ୍ଟ ଇଟିଙ୍ଗ ନାମରେ ଅପଲୋଡ୍ କଲେ । ଏହି ଭିଡିଓକୁ ଲୋକେ ବେଶ୍ ପସନ୍ଦ କରିବା ସହ ଲାଇକ୍, ସେୟାର ଏବଂ ଚ୍ୟାନେଲକୁ ସବସ୍କ୍ରାଇବ କଲେ । ନିଜ ପରମ୍ପରା, ଚାଲି ଚଳଣୀ, ଖାଦ୍ୟପେୟ, ଦେଶୀ ଚିକେନ୍, ଜଙ୍ଗଲୀ ଛତୁ, ବାଉଁଶ କରଡି ଭଳି ବିଭିନ୍ନ ପ୍ରକାର ଶାଗ ପ୍ରସ୍ତୁତି ଲୋକଙ୍କୁ ବେଶ୍ ଆକୃଷ୍ଠ କଲା । ପରେ ଧିରେ ଧିରେ ଈଶାକଙ୍କ ଦର୍ଶକଙ୍କ ସଂଖ୍ୟା ବଢିବାକୁ ଲାଗିଲା ।
Powered by Froala Editor