ଭାରତରେ ଉତ୍ପାଦନ ପ୍ଲାଣ୍ଟ ପ୍ରତିଷ୍ଠା କରିପାରେ ଟେସ୍ଲା

ବର୍ତ୍ତମାନ ବିଶ୍ୱ କରୋନାର ଭୟାଭୟତାକୁ ସାମ୍ନା କରୁଥିବାବେଳେ ଭାରତ ପାଇଁ ପୁଣି ଏକ ଖୁସି ଖବର ଆସିଛି । ଆମେରିକୀୟ କମ୍ପାନୀ ଟେସ୍ଲା ଭାରତରେ ଏକ ଉତ୍ପାଦନ ପ୍ଲାଣ୍ଟ ନିର୍ମାଣ କରିବ ବୋଲି ସୂଚନା ଦେଇଛନ୍ତି । ଏନେଇ ଟେସ୍ଲା ସିଇଓ ଏଲନ ମସ୍କ ସଂକେତ ଦେଇଛନ୍ତି ।
ସୂଚନା ଥାଉକି, କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଟେସଲାକୁ ଭାରତରେ କାରଖାନା ସ୍ଥାପନ କରିବାକୁ ପରାମର୍ଶ ଦେଇଥିଲେ । ଏହା ସହିତ ଭାରତରେ ପ୍ଲାଣ୍ଟ ସ୍ଥାପନ କଲେ କଣ ସବୁ ସୁବିଧା ମିଳିବ ସେନେଇ ସୂଚାଇ ଥିଲେ । ଆଉ ଏ ବାବଦରେ ଟେସଲା ସିଇଓ ଏଲୋନ୍ ମସ୍କଙ୍କୁ ଟ୍ୱିଟରରେ ପଚରାଯାଇଥିଲା କି ଭାରତରେ କମ୍ପାନୀ ପ୍ଲାଣ୍ଟ ସ୍ଥାପନ କରିବାର ଯୋଜନା ରଖିଛି କି ? ଏହି ପ୍ରଶ୍ନର ଉତ୍ତରରେ ଏଲୋନ୍ ମସ୍କ କହିଛନ୍ତି ଯେ ଯଦି ଭାରତରେ ଆମଦାନୀ ହୋଇଥିବା ଯାନ ସଫଳ ହୁଏ, ତେବେ ଏହା ପରେ ଏକ ଉତ୍ପାଦନ କାରଖାନା ସ୍ଥାପନ କରିବାକୁ ଚିନ୍ତା କରିପାରେ।
ଏବେ ଭାରତରେ ଆମଦାନୀ ଶୁକ୍ଳ ବିଶ୍ୱରେ ସବୁଠାରୁ ଅଧିକ ବୋଲି ମସ୍କ କହିଛନ୍ତି । ଇଲେକଟ୍ରିକ ଗାଡି ଉପରେ ଶୁକ୍ଳ ହ୍ରାସ ହୋଇପାରେ ବୋଲି ସେ ଆଶା ପ୍ରକାଶ କହିଛନ୍ତି । ଏବେ ୪୦ ହଜାର ଡଲାରରୁ ଅଧୀକ ଦାମୀ ଗାଡି ଉପରେ ଇମ୍ପୋର୍ଟେଡ୍ କାର ଉପରେ ସିଆଇଏଫ୍ ସହ ୧୦୦ ପ୍ରତିଶତ ଶୁକ୍ଳ ଲଗାଉଛି ଭାରତ । ଏହାଠୁ କମ୍ ଦାମର ଗାଡିରେ ୬୦ ପ୍ରତିଶତରୂ କମ୍ ଆମଦାନୀ ଶୁକ୍ଳ ଲାଗୁଛି ।
ଅନ୍ତତଃ ପକ୍ଷେ ବୈଦ୍ୟୁତିକ ଯାନ ଉପରେ ଶୁଳ୍କ ହ୍ରାସ ହେବ ବୋଲି ମସ୍କ ଆଶା ପ୍ରକଟ କରିଛନ୍ତି। ମସ୍କ କହିଛନ୍ତି ଯେ, ଡିଜେଲ ଏବଂ ପେଟ୍ରୋଲ ଯାନ ପରି ବୈଦ୍ୟୁତିକ ଗାଡି ଉପରେ ନିଆଯାଉଥିବା ଆମଦାନୀ ଶୁଳ୍କ ଯୁକ୍ତିସଙ୍ଗତ ନୁହେଁ ।
Powered by Froala Editor