ଆଇଏଏସ୍ ଅଧିକାରୀଙ୍କ ଘରେ ସିବିଆର୍ ରେଡ୍, ନକଲି ଅସ୍ତ୍ରଶସ୍ତ୍ର ଓ ବନ୍ଧୁକ ଲାଇସେନ୍ସ ଦେଇଥିବା ଅଭିଯୋଗ

ଅସ୍ତ୍ରଶସ୍ତ୍ର ଏବଂ ବନ୍ଧୁକ ଲାଇସେନ୍ସ ସ୍କାମ ମାମଲାରେ ବରିଷ୍ଠ ଆଇଏଏସ୍ ଅଧିକାରୀ ଶାହିଦ ଇକବାର ଚୌଧୁରୀଙ୍କ ଘରେ ସିବିଆଇ ଶନିବାର ସକାଳେ ଚଢାଉ କରିଛି । ଚୌଧୁରୀଙ୍କ ବାସଭବନ ସହିତ ଜାମ୍ମୁ-କାଶ୍ମୀରର ୨୨ଟି ସ୍ଥାନରେ ଚଢାଉ କରାଯାଇଛି । ଅସ୍ତ୍ରଶସ୍ତ୍ର ଏବଂ ବନ୍ଧୁକ ଲାଇସେନ୍ସ ସ୍କାମ ମାମଲା ଅନୁସନ୍ଧାନରେ ସିବିଆଇ ଜାମ୍ମୁ, ଶ୍ରୀନଗର, ଉଦାମପୁର, ରାଜୌରୀ, ଅନନ୍ତନାଗ, ବାରାମୁଲ୍ଲା, ଦିଲ୍ଲୀ ସମେତ ୨୨ଟି ସ୍ଥାନରେ ସର୍ଚ୍ଚ କରିଥିଲା ।
ବର୍ତ୍ତମାନ ଚୌଧୁରୀ ଆଦିବାସୀ ବ୍ୟାପାରର ସଚିବ ଏବଂ ମିଶନ ୟୁଥ୍ ଜାମ୍ମୁ-କାଶ୍ମୀରର ସିଇଓ ଅଛନ୍ତି । ଏହାପୂର୍ବରୁ ସେ କଠୁଆ, ରେସି, ରାଜୌରୀ ଏବଂ ଉଦାମପୁର ଜିଲ୍ଲାର ଡେପୁଟି କମିଶନର ଭାବରେ କାର୍ଯ୍ୟ କରୁଛନ୍ତି । ଡେପୁଟି କମିଶନର ଥିବାବେଳେ ସେ ଅନ୍ୟ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଲୋକମାନଙ୍କୁ ହଜାର ହଜାର ନକଲି ଲାଇସେନ୍ସ ପ୍ରଦାନ କରିଥିବା ନେଇ ଅଭିଯୋଗ ହୋଇଛି । ଚୌଧୁରୀଙ୍କୁ ଜେରା କରିବା ପରେ ଆଉ ଅଧିକ ସୂଚନା ଦେବେ ବୋଲି ସିବିଆଇ ଅଧିକାରୀ କହିଛନ୍ତି ।
Powered by Froala Editor