Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, January 23, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଆଜି ଧରାପୃଷ୍ଠରେ ବିରାଜିଛନ୍ତି ...

  • ସିଇଓ ପଦରୁ ଇସ୍ତଫା ଦେଲେ ଦୀପିନ୍ଦର ଗୋୟଲ

  • ଲିଭ୍‌-ଇନ୍‌ ରିଲେସନ୍‌ସିପ୍‌ରେ ରହୁଥିବା ...

  • ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ: ...

  • ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ...

  • ଦେଢ଼ ଲକ୍ଷ ପାର୍ କଲା ସୁନା ଦାମ୍

  • ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ

  • ଶୀତଦିନେ ଏପରି କରନ୍ତୁ ମେକଅପ

  • ଦେଶର ଉନ୍ନତ ଭବିଷ୍ୟତ ଲାଗି ନୂଆ ପିଢ଼ିକୁ ...

  • ଅଫିସ୍ ଭିତର ରାସଲୀଳା ଭିଡ଼ିଓ ଭାଇରାଲ: ...

ରାଜନୀତି
Home ›› ରାଜନୀତି ››ଚାଷୀଙ୍କ ସାମଗ୍ରିକ ବିକାଶ ପାଇଁ କାନ୍ଧରେ କାନ୍ଧ ମିଳାଇ କାର୍ଯ୍ୟ କରିବ କୃଷକ ମୋର୍ଚ୍ଚା: ଶୁଭ୍ରାଂଶୁ ମୋହନ ପାଢ଼ୀ

ଚାଷୀଙ୍କ ସାମଗ୍ରିକ ବିକାଶ ପାଇଁ କାନ୍ଧରେ କାନ୍ଧ ମିଳାଇ କାର୍ଯ୍ୟ କରିବ କୃଷକ ମୋର୍ଚ୍ଚା: ଶୁଭ୍ରାଂଶୁ ମୋହନ ପାଢ଼ୀ

2025-12-18 12:41:51
14034
Share:
Facebook
Twitter
E-Mail
WhatsApp
Telegram
ଚାଷୀଙ୍କ ସାମଗ୍ରିକ ବିକାଶ ପାଇଁ କାନ୍ଧରେ କାନ୍ଧ ମିଳାଇ କାର୍ଯ୍ୟ କରିବ କୃଷକ ମୋର୍ଚ୍ଚା: ଶୁଭ୍ରାଂଶୁ ମୋହନ ପାଢ଼ୀ

ଭୁବନେଶ୍ୱର, ତା.୧୮/୧୨: ଚାଷୀ ସମସ୍ୟାର ସମାଧାନ କରି ସେମାନଙ୍କ ସାମଗ୍ରିକ ବିକାଶ ପାଇଁ କାନ୍ଧରେ କାନ୍ଧ ମିଳାଇ, ହାତକୁ ହାତ ମିଳାଇ କାର୍ଯ୍ୟ କରିବ ବିଜେପି କୃଷକ ମୋର୍ଚ୍ଚା। ଚାଷୀଙ୍କ ଉନ୍ନତି ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅନେକ ଯୋଜନା ପ୍ରଣୟନ କରିଛନ୍ତି। ଏସବୁ ଯୋଜନାର ସଫଳ ରୂପାୟନ ସହ ସଂଗଠନକୁ ମଜ୍‌ଭୁତ କରିବା ପାଇଁ ବିଜେପି କୃଷକ ମୋର୍ଚ୍ଚା କାର୍ଯ୍ୟ କରିବ ବୋଲି ବିଜେପି କୃଷକ ମୋର୍ଚ୍ଚାର ନୂତନ ରାଜ୍ୟ ସଭାପତି ଶୁଭ୍ରାଂଶୁ ମୋହନ ପାଢ଼ୀ କହିଛନ୍ତି।

ବିଜେପି କୃଷକ ମୋର୍ଚ୍ଚାର ନୂତନ ରାଜ୍ୟ ସଭାପତି ଶ୍ରୀ ପାଢ଼ୀଙ୍କୁ ଆଜି ରାଜ୍ୟ କାର୍ଯ୍ୟାଳୟରେ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ପାଢ଼ୀ କହିଛନ୍ତି ଯେ, ଚାଷୀମାନଙ୍କ ସ୍ୱାର୍ଥ ଓ ସୁରକ୍ଷାକୁ ଧ୍ୟାନ ଦିଆଯିବା ସହ ସଂଗଠନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ନୂତନ ଭାବେ ପ୍ରୟାସ କରାଯିବ। ଓଡ଼ିଶାର ୭୩ ପ୍ରତିଶତ ଚାଷୀ ପରିବାରଙ୍କ ପାଖକୁ ସରକାରଙ୍କ ସମସ୍ତ ଯୋଜନା ସଠିକ୍ ଭାବେ ପହଂଚାଇବା ଆମର ପ୍ରଥମ ଲକ୍ଷ୍ୟ। ଚାଷୀମାନଙ୍କୁ ଆତ୍ମନିର୍ଭର କରି ବିଜେପି ପ୍ରତି ସେମାନଙ୍କ ଆସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ସମସ୍ତ କାର୍ଯ୍ୟକର୍ତାଙ୍କୁ ଗାଁକୁ ଗାଁ ଯାଇ କାମ କରିବାକୁ ପଡ଼ିବ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ କୃଷିକଲ୍ୟାଣ ଯୋଜନା ଯଥା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ସଏଲ୍ ହେଲ୍‌ଥ କାର୍ଡ, କିଷାନ କ୍ରେଡିଟ କାର୍ଡ, ପିଏମ୍ କୃଷି ସିଂଚାଇ ଯୋଜନା ଭଳି ଯୋଜନା ଓ ଓଡ଼ିଶା ସରକାରଙ୍କ ସିଏମ୍ କିଷାନ ଯୋଜନା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଯୋଗୁ ଚାଷୀଙ୍କ ମୂଳଭୂତ ପରବର୍ତନ ହୋଇଛି। ସେମାନଙ୍କ ଆୟ ଦୁଇଗୁଣିତ ହେବାରେ ସହାୟକ ହୋଇଛି ବୋଲି ଶ୍ରୀ ପାଢ଼ୀ କହିଛନ୍ତି। 

ସଭା ପ୍ରାରମ୍ଭରେ କୃଷକ ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁ ନୂତନ ସଭାପତିଙ୍କୁ ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସେ ନିଜ କାର୍ଯ୍ୟକାଳରେ ଚାଷୀମାନଙ୍କ ସମସ୍ୟା ନିରାକରଣ ଓ ବିଜେପି ପ୍ରତି ସେମାନଙ୍କର ଆସ୍ଥା ବୃଦ୍ଧି ପାଇଁ କରାଯାଇଥିବା ସଂଘର୍ଷ ଓ ପ୍ରୟାସ ବିଷୟରେ ଆଲୋକପାତ କରି ନୂତନ ନେତୃତ୍ୱକୁ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଥିଲେ। 

ଏହି ସମ୍ବର୍ଦ୍ଧନା ସଭାରେ ରାଜ୍ୟର ବରିଷ୍ଠ ନେତା ରଞ୍ଜନ ପଟେଲ, ପୂର୍ବତନ ରାଜ୍ୟ ଉପସଭାପତି ହୃଷୀକେଶ ଜେନା, ସୂର୍ଯ୍ୟନାରାୟଣ ମହାପାତ୍ର, ପୁଲିନ ପୁହାଣ, ରାମକୃଷ୍ଣ ପାତ୍ର, ଦିଲ୍ଲୀପ ସ୍ୱାଇଁ, ଶଙ୍କର୍ଷଣ ଜେନା, ପୂର୍ବତନ ସାଧାରଣ ସମ୍ପାଦକ ଉପେନ୍ଦ୍ର ଭଞ୍ଜ, ପ୍ରଶାନ୍ତ କୁମାର ସ୍ୱାଇଁ, ଜଗନ୍ନାଥ ମହାପାତ୍ର, ଅଶୋକ କୁମାର ରଥ, ବିକ୍ରମ କେଶରୀ ରାଉତରାୟ, ମନୋଜ କୁମାର ସାହୁ, ରାଜକିଶୋର ମେଣ୍ଡେଲି, ସୁମନ୍ତ ମହାରଣା, ଲକ୍ଷ୍ମୀକାନ୍ତ ତ୍ରିପାଠୀ, କେଶରୀ ଦୁର୍ଗା, କୌଶିକ ଚାନ୍ଦ, ସୁଶ୍ରୀ ଜୟଲକ୍ଷ୍ମୀ ମହାନ୍ତି, ପୂର୍ଣ୍ଣିମା ଦାସ, ଶ୍ରୀନିବାସ ପ୍ରଧାନ, ଅଜୟ କୁମାର ପ୍ରଧାନଙ୍କ ସମେତ ସମସ୍ତ ପଦାଧିକାରୀ, ଜିଲ୍ଲା ସଭାପତି ଓ କାର୍ଯ୍ୟକାରିଣୀ ସଦସ୍ୟମାନେ ଉପସ୍ଥିତ ଥିଲେ। ଶେଷରେ ବରିଷ୍ଠ କୃଷକ ନେତା ବିଶ୍ୱଜିତ ସ୍ୱାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ। 

Powered by Froala Editor

Tags BJP, BJPOdisha

Related articles Odisha News Lens 4.1

  • ଆଜି ଧରାପୃଷ୍ଠରେ ବିରାଜିଛନ୍ତି  ବିଦ୍ୟାଦାତ୍ରୀ ମା’ ସରସ୍ୱତୀ
    ବିଶେଷ

    ଆଜି ଧରାପୃଷ୍ଠରେ ବିରାଜିଛନ୍ତି ବିଦ୍ୟାଦାତ୍ରୀ ମା’ ସରସ୍ୱତୀ

    14757
    Jan 23, 2026
  • ଦେଢ଼ ଲକ୍ଷ ପାର୍ କଲା ସୁନା ଦାମ୍
    ଦେଶ-ଦେଶାନ୍ତର

    ଦେଢ଼ ଲକ୍ଷ ପାର୍ କଲା ସୁନା ଦାମ୍

    14611
    Jan 21, 2026
  • ସିଇଓ ପଦରୁ ଇସ୍ତଫା ଦେଲେ ଦୀପିନ୍ଦର ଗୋୟଲ
    ଦେଶ-ଦେଶାନ୍ତର

    ସିଇଓ ପଦରୁ ଇସ୍ତଫା ଦେଲେ ଦୀପିନ୍ଦର ଗୋୟଲ

    13566
    Jan 22, 2026
  • ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ସ୍ୱାସ୍ଥ୍ୟକୁ ସମର୍ଥନ କରୁଥିବା ନୁ୍ୟଟ୍ରିଲାଇଟ୍‌ ...
    ବାଣିଜ୍ୟ

    ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ସ୍ୱାସ୍ଥ୍ୟକୁ ସମର୍ଥନ କରୁଥିବା ନୁ୍ୟଟ୍ରିଲାଇଟ୍‌ ...

    14514
    Jan 22, 2026
  • ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ: ରିଟର୍ଣ୍ଣିଂ ଅଫିସର ନିଯୁକ୍ତି ଲାଗି ...
    ଦେଶ-ଦେଶାନ୍ତର

    ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ: ରିଟର୍ଣ୍ଣିଂ ଅଫିସର ନିଯୁକ୍ତି ଲାଗି ...

    15743
    Jan 22, 2026
  • ଅଫିସ୍ ଭିତର ରାସଲୀଳା ଭିଡ଼ିଓ ଭାଇରାଲ: ସସ୍‌ପେଣ୍ଡ ହେଲେ କର୍ଣ୍ଣାଟକ ପୁଲିସ୍ ...
    ଦେଶ-ଦେଶାନ୍ତର

    ଅଫିସ୍ ଭିତର ରାସଲୀଳା ଭିଡ଼ିଓ ଭାଇରାଲ: ସସ୍‌ପେଣ୍ଡ ହେଲେ କର୍ଣ୍ଣାଟକ ପୁଲିସ୍ ...

    16007
    Jan 20, 2026
  • ଶୀତଦିନେ ଏପରି କରନ୍ତୁ ମେକଅପ
    ବିଶେଷ

    ଶୀତଦିନେ ଏପରି କରନ୍ତୁ ମେକଅପ

    15410
    Jan 21, 2026
  • ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ
    ଦେଶ-ଦେଶାନ୍ତର

    ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ

    13662
    Jan 21, 2026
  • ଦେଶର ଉନ୍ନତ ଭବିଷ୍ୟତ ଲାଗି ନୂଆ ପିଢ଼ିକୁ ଠିକ୍ ସମୟରେ ବଡ଼ ଦାୟିତ୍ୱ ଦିଆଯିବା କଥା: ନୀତିନ ...
    ଦେଶ-ଦେଶାନ୍ତର

    ଦେଶର ଉନ୍ନତ ଭବିଷ୍ୟତ ଲାଗି ନୂଆ ପିଢ଼ିକୁ ଠିକ୍ ସମୟରେ ବଡ଼ ଦାୟିତ୍ୱ ଦିଆଯିବା କଥା: ନୀତିନ ...

    15838
    Jan 20, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ: ରିଟର୍ଣ୍ଣିଂ ଅଫିସର ନିଯୁକ୍ତି ଲାଗି ପ୍ରସ୍ତାବ ମାଗିଲେ ନିର୍ବାଚନ କମିଶନ

    15743
    Jan 22, 2026
  • ଦେଶ-ଦେଶାନ୍ତର

    ଅଫିସ୍ ଭିତର ରାସଲୀଳା ଭିଡ଼ିଓ ଭାଇରାଲ: ସସ୍‌ପେଣ୍ଡ ହେଲେ କର୍ଣ୍ଣାଟକ ପୁଲିସ୍ ମହାନିର୍ଦ୍ଦେଶକ

    16007
    Jan 20, 2026
  • ଦେଶ-ଦେଶାନ୍ତର

    ଦେଶର ଉନ୍ନତ ଭବିଷ୍ୟତ ଲାଗି ନୂଆ ପିଢ଼ିକୁ ଠିକ୍ ସମୟରେ ବଡ଼ ଦାୟିତ୍ୱ ଦିଆଯିବା କଥା: ନୀତିନ ଗଡ଼କରୀ

    15838
    Jan 20, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17309
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17382
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17726
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16202
    Apr 03, 2021

ବିଶେଷ

  • ଆଜି ଧରାପୃଷ୍ଠରେ ବିରାଜିଛନ୍ତି ବିଦ୍ୟାଦାତ୍ରୀ ମା’ ସରସ୍ୱତୀ

    14757
    Jan 23, 2026
  • ଶୀତଦିନେ ଏପରି କରନ୍ତୁ ମେକଅପ

    15410
    Jan 21, 2026
  • ସକାଳୁ ଖାଲି ପେଟରେ ଚା ପିଇବା ଦ୍ବାରା ହୋଇଥାଏ ଏହିସବୁ ସମସ୍ୟା

    16011
    Jan 19, 2026
  • ଅତ୍ୟଧିକ ମାତ୍ରାରେ ରସୁଣ ଖାଇବା ଶରୀର ପାଇଁ ହୋଇଥାଏ କ୍ଷତିକାରକ

    15726
    Jan 17, 2026
  • ଶୀତଦିନେ ଓଠ ଫାଟିବାର କାରଣ ଓ ନିରାକରଣ ଜାଣନ୍ତୁ.....

    16410
    Jan 16, 2026

ବାଣିଜ୍ୟ

ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ସ୍ୱାସ୍ଥ୍ୟକୁ ସମର୍ଥନ କରୁଥିବା ନୁ୍ୟଟ୍ରିଲାଇଟ୍‌ ବାୟୋଟିନ୍‌ ସି ପ୍ଲସ୍‌ (ଜିଙ୍କ୍‌ ଓ ବେଟା କାରୋଟିନ୍‌) ପ୍ରଚଳନ କଲା

ଭୁବନେଶ୍ୱର: ସାମ୍ପ୍ରତିକ ସମୟର ବିଳମ୍ବିତ ରାତି, ଅଧିକ ଚାପ ଏବଂ ପୋଷଣ ହ୍ରାସ ଖାଦ୍ୟ ଯୁଗରେ ସବୁଠାରୁ ସୁସ୍ଥ କେଶ, ତ୍ୱଚା ଏବଂ ନଖ ମଧ୍ୟ ସେଗୁଡିକର ମଜଭୁତପଣ ହରାଇପାରେ । ଉପଭୋକ୍ତାମାନେ ସମାଧାନଗୁଡିକ ଭିତରେ ଅଧିକର ...

  • ୧.୪୦ ଲକ୍ଷ ଟପିଲା ସୁନା

    15723
    Jan 12, 2026
  • ଆମୱେ ଇଣ୍ଡିଆ ଦ୍ରୁତ ଓ ସହଜ ସେବା ସହିତ ହୋମ୍‌ ଡେଲିଭରି ଅନୁଭୂତିକୁ ନୂଆ ରୂପ ପ୍ରଦାନ କରିଛି

    15474
    Jan 08, 2026
  • ଆଇଟିସି 'ଭିଟାମିନ୍ ଡି' ସହିତ ସନଫିଷ୍ଟ ମାରି ଲାଇଟ୍ ଶୁଭାରମ୍ଭ କରିଛି

    14439
    Jan 07, 2026
  • ୨୪ ଶହ ଟଙ୍କା ବଢ଼ିଲା ସୁନା

    14542
    Dec 23, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ସ୍ୱାସ୍ଥ୍ୟକୁ ସମର୍ଥନ କରୁଥିବା ନୁ୍ୟଟ୍ରିଲାଇଟ୍‌ ବାୟୋଟିନ୍‌ ସି ପ୍ଲସ୍‌ (ଜିଙ୍କ୍‌ ଓ ବେଟା କାରୋଟିନ୍‌) ପ୍ରଚଳନ କଲା

    14514
    Jan 22, 2026
  • ଅଫିସ୍ ଭିତର ରାସଲୀଳା ଭିଡ଼ିଓ ଭାଇରାଲ: ସସ୍‌ପେଣ୍ଡ ହେଲେ କର୍ଣ୍ଣାଟକ ପୁଲିସ୍ ମହାନିର୍ଦ୍ଦେଶକ

    16007
    Jan 20, 2026
  • ଶୀତଦିନେ ଏପରି କରନ୍ତୁ ମେକଅପ

    15410
    Jan 21, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In