ଥାଇଲାଣ୍ଡରୁ ଗିରଫ ହେଲେ ଲୁଥ୍ରା ବ୍ରଦର୍ସ
ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ଥାଇଲାଣ୍ଡରୁ ଗିରଫ ହେଲେ ମୁଖ୍ୟ ଅଭିଯୁକ୍ତ ଲୁଥ୍ରା ବ୍ରଦର୍ସ। ପ୍ରତ୍ୟାର୍ପଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସେପଟେ ଲୁଥ୍ରା ବ୍ରଦର୍ସ ଦିଲ୍ଲୀ ରୋହିଣୀ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ଦୁଇ ଭାଇଙ୍କୁ କୋର୍ଟ ଜାମିନ ଦେଇ ନ ଥିବାବେଳେ ଏହା ଉପରେ ପୁଲିସକୁ ଜବାବ ମାଗିଛନ୍ତି ।
ଗୋଆ ପୋଲିସ ଓକିଲ କହିଛନ୍ତି ଯେ ଅଭିଯୁକ୍ତ ଭାଇମାନେ ଦାବି କରିଛନ୍ତି ଯେ ସେମାନେ କାର୍ଯ୍ୟ ସହିତ ଅପରିଚିତ ଏବଂ ଘଟଣା ପୂର୍ବରୁ ଘଟିଥିବା କାମ ପାଇଁ ଯାତ୍ରା କରୁଥିଲେ। ତଥାପି, ଗୋଆ ପୋଲିସ କୋର୍ଟକୁ ଲାଇସେନ୍ସ ଚୁକ୍ତିନାମା ଦେଖାଇ କହିଛି ଯେ ସେମାନଙ୍କର ବ୍ୟବସାୟ ପରିଚାଳନା ପାଇଁ ଲାଇସେନ୍ସ ନାହିଁ।
ଲୁଥ୍ରା ଭ୍ରାତାଙ୍କ ଓକିଲ ଦର୍ଶାଇଛନ୍ତି ଯେ, ଘଟଣା ଦିନ ସେମାନେ ଗୋଆରେ ନଥିଲେ । କାମ ପାଇଁ ସେମାନେ ଥାଇଲାଣ୍ଡ ଯାଇଥିଲେ । ସେମାନେ ଆଇନ ହାତରୁ ବର୍ତ୍ତିବାକୁ ଚେଷ୍ଟା କରୁନାହାନ୍ତି। ଏଥିସହ କ୍ଲବର ଦୈନନ୍ଦିନ ପରିଚାଳନାକୁ ସେମାନେ ତଦାରଖ କରୁ ନଥିଲେ । ଲୁଥ୍ରା ଭ୍ରାତାଙ୍କ ପାଖରେ ନାଇଟ୍ କ୍ଲବ୍ ଚଲାଇବା ଲାଗି କେବଳ ଲାଇସେନ୍ସ ରହିଛି । କିନ୍ତୁ ସେମାନେ ମାଲିକ ନୁହନ୍ତି । ଅନ୍ୟପକ୍ଷରେ କ୍ଲବ୍ର ଆଉ ଜଣେ ସହ ମାଲିକ ଅଜୟ ଗୁପ୍ତାଙ୍କୁ ଗିରଫ କରାଯାଇଛି । ଦିଲ୍ଲୀରୁ ଗୋଆ ପୁଲିସ ତାଙ୍କୁ ହେପାଜତକୁ ନେଇଛି । ତେବେ ସେ କେବଳ ଜଣେ ବିଜନେସ ପାର୍ଟନର, କ୍ଲବର ମାଲିକ ନୁହେଁ ବୋଲି ଅଜୟ କହିଛନ୍ତି।
Powered by Froala Editor