ପ୍ରତିଦିନ ଖାଦ୍ୟରେ ଗୋଟିଏ ଚାମଚେ ଗୁଆଘିଅ
ପ୍ରତିଦିନ ଶରୀର ଲାଗି ଫ୍ୟାଟ ଆବଶ୍ୟକ ହୋଇଥାଏ। ଶରୀରର ଆବଶ୍ୟକତା ପୂରଣ ଲାଗି ପ୍ରତିଦିନ ଖାଦ୍ୟରେ ଗୋଟିଏ ଚାମଚେ ଗୁଆଘିଅ ସାମିଲ କଲେ ବେଶ୍ ସୁଫଳ ମିଳିଥାଏ। ଗୁଆଘିଅ ଖାଇବା ଦ୍ୱାରା ମେଦବହୁଳତା ସମସ୍ୟାରୁ ମୁକ୍ତି ମିଳେ ବୋଲି ଆୟୁବେର୍ଦରେ ଉଲ୍ଲେଖ ରହିଛି। ଏହା କର୍କଟ ରୋଗ ଆଶଙ୍କା ମଧ୍ୟ ଦୂର କରେ। ଗୁଆଘିଅ ଖାଇବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ସ୍ବାଭାବିକ ହୋଇଥାଏ। ଫଳରେ ହାର୍ଟ ଆଟାକ୍ରୁ ମୁକ୍ତି ମିଳେ। ଗୁଆଘିଅ ଶରୀରରୁ କର୍କଟ ରୋଗ ସୃଷ୍ଟିକାରୀ କାର୍ସିନୋଜେନକୁ ପ୍ରତିରୋଧ କରିବା ଲାଗି ଏକ ପ୍ରକାର ଏନ୍ଜାଇମ୍ ତିଆରି କରେ। ଅନ୍ୟପକ୍ଷରେ କାର୍ସିନୋଜେନକୁ କ୍ରିୟାଶୀଳ କରୁଥିବା ତତ୍ତ୍ୱକୁ ଗୁଆଘିଅ ହ୍ରାସ କରେ।
Powered by Froala Editor