ରଙ୍ଗାରେଡ୍ଡିରେ ମର୍ମନ୍ତୁଦ ଦୁର୍ଘଟଣା, ୧୬ ମୃତ
ନୂଆଦିଲ୍ଲୀ : ତେଲେଙ୍ଗାନାର ରଙ୍ଗାରେଡ୍ଡିରେ ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆହତ ମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଆରଟିସି ବସ୍ଟି ତନ୍ଦୁରରୁ ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରୁଥିଲା ଏବଂ ଏଥିରେ ପ୍ରାୟ ୭୦ ଜଣ ଯାତ୍ରୀ ଥିଲେ। ଯାତ୍ରୀଙ୍କ ମଧ୍ୟରୁ ଅଧିକାଂଶ ପିଲା ଏବଂ ଅଫିସ ଯାଉଥିବା ଲୋକ ଥିଲେ। ଏହି ଘଟଣାରେ ପରିବହନ ମନ୍ତ୍ରୀ ପୋନ୍ନମ୍ ପ୍ରଭାକର ଶୋକ ପ୍ରକାଶ କରିବା ସହ ଆହତ ମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବାକୁ ନିର୍ଦେଶ ଦେଇଛନ୍ତି। ବର୍ତ୍ତମାନ୍ ପର୍ଯ୍ୟନ୍ତ ଦୁର୍ଘଟଣାର କାରଣ ଜଣାପଡିନାହିଁ। ପୁଲିସ୍ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।
Powered by Froala Editor