ରାଷ୍ଟ୍ରପତିଙ୍କ ସହ ଶିବାଙ୍ଗୀ ସିଂହଙ୍କ ଫଟୋ ଦେଖି ପାକିସ୍ତାନ ଛାନିଆ
ଅମ୍ବାଲା ଏୟାରବେସରେ ଭାରତର ସବୁଠୁ ଶକ୍ତିଶାଳୀ ଯୁଦ୍ଧ ବିମାନ ରାଫେଲ୍ ଉଡ଼ାଇଛନ୍ତି ରାଷ୍ଟ୍ରପତି। ଅପରେସନ୍ ସିନ୍ଦୂର ବେଳେ ୧୭ତମ ରାଫେଲ ସ୍କ୍ୱାଡ୍ରନ୍ ହିଁ ପାକିସ୍ତାନକୁ ଧୂଳି ଚଟାଇଥିଲା। ପାକିସ୍ତାନର ଗୋଟି ଗୋଟି ଷଡ଼ଯନ୍ତ୍ରକୁ ଆକଶରେ ହିଁ ଫୁସ୍ କରିଥିଲା।
ଅପରେସନ୍ ସିନ୍ଦୁର ସମୟରେ ଶିବାଙ୍ଗୀ ସିଂହଙ୍କୁ ବନ୍ଦୀ କରାଯାଇଥିବା ପାକିସ୍ତାନୀ ନେଟୱାର୍କଗୁଡ଼ିକ ମିଥ୍ୟା ଦାବି କରିବାର ପାଞ୍ଚ ମାସ ପରେ ଏହି ସାକ୍ଷାତ ହୋଇଥିଲା। ରାଷ୍ଟ୍ରପତି ମୁର୍ମୁ ସୋସିଆଲ ମିଡିଆରେ ଶିବାଙ୍ଗୀ ସିଂହଙ୍କ ସହ ଏକ ଫଟୋ ଶେୟାର କରିଥିଲେ, ଯେଉଁଥିରେ ସେ ଏକ ଫ୍ଲାଇଟ ସୁଟ ପିନ୍ଧି ରାଫେଲ ଲଢ଼ୁଆ ବିମାନ ସମ୍ମୁଖରେ ଠିଆ ହୋଇଥିବାର ଦେଖାଯାଇଥିଲା।
ଖାଲି ସେତିକି ନୁହେଁ ଯେଉଁ ପାକିସ୍ତାନ ଭାରତର ବୀର ସ୍କ୍ବାର୍ଡନ୍ ଲିଡର୍ ଶିବାଙ୍ଗୀ ସିଂଙ୍କୁ ଯୁଦ୍ଧ ବନ୍ଦୀ ରଖିଥିବା ସେତେବେଳେ କହିଥିଲା ତାଙ୍କର ସହ ଫଟୋ ମଧ୍ୟ ସେୟାର କରିଛନ୍ତି। ଏ ଫଟୋ ସାରା ବିଶ୍ବ ଆଗରେ ପାକିସ୍ତାନର ଚେହେରାକୁ ପଦାରେ ପକାଇଛି।
ଭାରତ ପକ୍ଷରୁ ସେତେବେଳେ ଏହାକୁ ଭିତ୍ତିହୀନ ବୋଲି କୁହାଯାଇ ତୁରନ୍ତ ଖଣ୍ଡନ କରାଯାଇଥିଲା । ନିକଟରେ ଶିବାଙ୍ଗୀଙ୍କୁ ବାୟୁସେନା ପକ୍ଷରୁ ଚେନ୍ନାଇରେ ସମ୍ୱର୍ଦ୍ଧିତ କରାଯାଇଥିଲା । ରାଷ୍ଟ୍ରପତିଙ୍କ ସହ ଶିବାଙ୍ଗୀଙ୍କ ଫଟୋ ପାକିସ୍ତାନକୁ ଏକ ଶକ୍ତ ଚାପୁଡା ସଦୃଶ ହୋଇଛି ।
Powered by Froala Editor