ଦିଲ୍ଲୀ ଆକାଶରେ କ୍ଲାଉଡ୍ ସିଡିଂ
ଦୀପାବଳି ପରେ ଭୟଙ୍କର ବାୟୁ ପ୍ରଦୁଷଣର ସମ୍ମୁଖୀନ ଦିଲ୍ଲୀରେ ହେବ କୃତିମ ବର୍ଷା । ଦିଲ୍ଲୀରେ ମଙ୍ଗଳବାର କ୍ଲାଉଡ୍ ସିଡିଂର ଦ୍ୱିତୀୟ ଟ୍ରାଏଲ ପୂରା କରି ଯାଇଛି। ଦିଲ୍ଲୀର ପରିବେଶ ମନ୍ତ୍ରୀ ଟ୍ରାଏଲ ପରେ ଚାରି ଘଣ୍ଟା ଭିତରେ ବର୍ଷାର ସମ୍ଭାବନା ନେଇ ସୂଚନା ଦେଇଛନ୍ତି। ଏହି ମଧ୍ୟରେ ଏହାର ଭିଡ଼ିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଦେଖିବାକୁ ମିଳୁଛି ଯେ, କେଉଁ ପ୍ରକାରରେ ବିମାନର ୱିଙ୍ଗରେ ଲାଗିଥିବା ଉପକରଣରେ ରାସାୟନିକ ଛିଞ୍ଚନ କରି ବାଦଲକୁ ବର୍ଷିବାକୁ ବାଧ୍ୟ କରାଯାଉଛି।
ଚାରି ଦିନ ଧରି ପାଇଲଟମାନେ ମେରଠରୁ ବିମାନ ଉଡ଼ାଇ ଦିଲ୍ଲୀର ନିର୍ଦ୍ଦିଷ୍ଟ ଅଞ୍ଚଳରେ ଅଭ୍ୟାସ କରୁଥିଲେ । ପାଇଲଟମାନେ ଯେଉଁଠାରେ କ୍ଲାଉଡ୍ ସିଡିଂ କିମ୍ବା ବ୍ଲାଷ୍ଟିଂ କରାଯିବ ସେହି ଉଚ୍ଚତାକୁ ବିମାନ ନେଇ ଅଭ୍ୟାସ କରୁଥିଲେ । କ୍ଲାଉଡ୍ ସିଡିଂ ଟେକନିକ୍ ଅନୁସାରେ , ସେସନା ବିମାନର ଉଭୟ ଡେଣା ତଳେ ଆଠରୁ ଦଶ ପକେଟ୍ ଲଗାଯାଇଛି। ଏହି ବ୍ୟାଗ୍ ଗୁଡ଼ିକରେ ରାସାୟନିକ ସାମଗ୍ରୀ (ସିଡିଂ ସାମଗ୍ରୀ) ଜମା ଅଛି। ବର୍ଷା ଆରମ୍ଭ କରିବା ପାଇଁ , ଏହି ରାସାୟନିକକୁ ପଦାର୍ଥକୁ କକପିଟ୍ରୁ ନିୟନ୍ତ୍ରିତ କରି ବାଦଲ ତଳେ ମୁକ୍ତ କରାଯିବା ସହ ବିସ୍ଫୋରଣ କରାଯିବ, ଯେଉଁଥିରେ ବର୍ଷା ଆରମ୍ଭ ହୋଇ ପାରେ।
ଦିଲ୍ଲୀର ପରିବେଶ ମନ୍ତ୍ରୀ ମନଜିନ୍ଦର ସିଂହ ସିରସା କହିଛନ୍ତି ଯେ, ତାଙ୍କ ସରକାର ଆଇଆଇଟି-କାନପୁରର ସହଯୋଗରେ ଦିଲ୍ଲୀର କିଛି ଭାଗରେ କୃତ୍ରିମ ବର୍ଷାର ଟ୍ରାଏଲ କରିଥିଲା ଏବଂ ଆଗାମୀ କିଛି ଦିନରେ ଏହିପରି ଆହୁରି ଟ୍ରାଏଲ କରାଯିବାର ଯୋଜନା ଅଛି। ଅଧିକାରୀମାନେ କହିଛନ୍ତି ଯେ, କୃତ୍ରିମ ବର୍ଷା ପାଇଁ ବିମାନ କାନପୁରରୁ ଦିଲ୍ଲୀ ପାଇଁ ଉଡ଼ାଣ ଭରିଥିଲା ଏବଂ ମିରଟର ବିମାନ ବନ୍ଦରରେ ଅବତରଣ ପୂର୍ବରୁ ବୁରାଡି, ଉତ୍ତରୀ କରୋଲ ବାଗ ଓ ମୟୁର ବିହାର ଭଳି କ୍ଷେତ୍ରରେ ବାଦଲ ନିକଟକୁ ଯାଇ ରାସାୟନିକ ପଦାର୍ଥକୁ ଛିଞ୍ଚନ କରାଯାଇଛି।
Powered by Froala Editor