କେନିଆରେ ଦୁର୍ଘଟଣାଗ୍ରସ୍ତ ବିମାନରେ ଲଗିଲା ନିଆଁ
ନୂଆଦିଲ୍ଲୀ: କେନିଆରେ ଏକ ବିମାନ ଦୁର୍ଘଟଣା ଘଟିଛି। କେନିଆର ଉପକୂଳବର୍ତ୍ତୀ ଅଞ୍ଚଳ କ୍ୱାଲେରେ ଏହି ବିମାନ ଦୁର୍ଘଟଣା ଘଟିଛି। ଏଥିରେ ଥିବା ୧୨ ଜଣଙ୍କର ମୃତ୍ୟୁ ଆଶଙ୍କା କରାଯାଉଛି। କେନିଆ କର୍ତ୍ତୃପକ୍ଷ ଦୁର୍ଘଟଣା ସମ୍ପର୍କରେ ସୂଚନା ପ୍ରକାଶ କରିଛନ୍ତି। ଅଧିକାରୀମାନେ କହିଛନ୍ତି, ମାସାଇ ମାରା ଜାତୀୟ ସଂରକ୍ଷଣର ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳକୁ ଯାଉଥିବା ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଡିଆନି ଏୟାରଷ୍ଟ୍ରିପଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ଏକ ପାହାଡିଆ ଏବଂ ଜଙ୍ଗଲିଆ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି।
ଦୁର୍ଘଟଣାସ୍ଥଳରେ ଏକ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଚାଲିଛି ଏବଂ ଅଧିକ ବିବରଣୀ ପରେ ପ୍ରକାଶ କରାଯିବ। କେନିଆ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ କହିଛନ୍ତି, ବିମାନରେ ୧୨ ଜଣ ଲୋକ ଥିଲେ ଏବଂ ଅଧିକାରୀମାନେ ଦୁର୍ଘଟଣାର କାରଣ ତଦନ୍ତ କରୁଛନ୍ତି।
Powered by Froala Editor