ବଳକା ତେଲରେ ରୋଷେଇ ସ୍ୱାସ୍ଥ୍ୟ ପାଇଁ ଭାରି ଖରାପ
ଅନେକଙ୍କ ଘରେ ଥରେ ବ୍ୟବହୃତ ତେଲ ବଳିଗଲେ ତାକୁ ବାରମ୍ବାର ବିଭିନ୍ନ ବ୍ୟଞ୍ଜନରେ ବ୍ୟବହାର କରିଥାନ୍ତି। କିନ୍ତୁ ଜାଣନ୍ତି, ବଳକା ତେଲର ପୁନଃ ଉପଯୋଗ ସ୍ବାସ୍ଥ୍ୟ ପାଇଁ କେତେ ବିପଜ୍ଜନକ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ଯଦି ତେଲରେ ଥରେ କୌଣସି ଜିନିଷ ଫ୍ରାଏ କରିଦିଆଯାଏ, ତେବେ ତାକୁ ଅନ୍ୟ ବ୍ୟଞ୍ଜନରେ ବ୍ୟବହାର ଦ୍ୱାରା ପ୍ରି ରାଡିକାଲ୍ସ ଜନ୍ମ ନେଇଥାଏ। ଏହାଦ୍ୱାରା ଶରୀରରେ ଜ୍ୱଳନ, ଗ୍ୟାଷ୍ଟ୍ରିକ ସାଙ୍ଗକୁ ଆହୁରି ଅନେକ ରୋଗ ଉତ୍ପନ୍ନ ହୁଏ। ଏହି ପ୍ରି ରାଡିକାଲ୍ସ ଶରୀରର ସୁସ୍ଥ କୋଷିକା ସହ ନିଜକୁ ଯୋଡ଼ିଦିଏ। ଏଥିରୁ ଅନେକ ସମୟରେ କ୍ୟାନସର୍ ଉତ୍ପନ୍ନ ହୋଇଥାଏ। ଏହାଛଡ଼ା ଶରୀରରେ ଖରାପ କୋଲେଷ୍ଟୋରଲ ଜନ୍ମ ନେଇଥାଏ, ଯାହାଦ୍ୱାରା ଧମନୀରେ ରକ୍ତ ଜମାଟ ବାନ୍ଧିଯାଏ। ଯଦି ବଳକା ତେଲର ଉପଯୋଗ କରିବାକୁ ଚାହଁୁଛନ୍ତି, ତେବେ ଏହାକୁ ଥଣ୍ଡା ହେବା ପରେ ଏୟାରଟାଇଟ ଡବାରେ ବନ୍ଦ କରି କିଛିସମୟ ରଖିଦିଅନ୍ତୁ।
Powered by Froala Editor