ରୋହିଣୀରେ ୪ ଗ୍ୟାଙ୍ଗଷ୍ଟାରଙ୍କୁ ଏନକାଉଣ୍ଟର
ନୂଆଦିଲ୍ଲୀ: ବୁଧବାର ବିଳମ୍ବିତ ରାତିରେ ଦିଲ୍ଲୀରେ ବଡ ଧରଣର ଏନକାଉଣ୍ଟର ହୋଇଛି । ଦିଲ୍ଲୀ କ୍ରାଇମବ୍ରାଞ୍ଚ ଓ ବିହାର ପୁଲିସ ରୋହିଣୀରେ ୪ଜଣ ଗ୍ୟାଙ୍ଗଷ୍ଟାରଙ୍କୁ ଏନକାଉଣ୍ଟର କରିଛନ୍ତି । ଏହି ଚାରି ଜଣ ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟାର ଥିଲେ । ଦୀର୍ଘ ଦିନ ହେବ ପୁଲିସ ଟାର୍ଗେଟରେ ଏମାନେ ସବୁ ରହିଥିଲେ ।
ଦିଲ୍ଲୀ ପୁଲିସ କହିଛି ଯେ ବାହାଦୁର ଶାହ ରାସ୍ତାରେ ରାତି ପ୍ରାୟ ୨ଟା ସମୟରେ ଗୁଳିଚାଳନା ଆରମ୍ଭ ହୋଇଥିଲା । ରଞ୍ଜନ ପାଠକ, ବିମଲେଶ ମହତୋ, ମନୀଷ ପାଠକ ଏବଂ ଅମନ ଠାକୁର ନିହତ ହୋଇଛନ୍ତି । ରଞ୍ଜନ ପାଠକ, ବିମଲେଶ ମହତୋ ଏବଂ ମନୀଷ ପାଠକ ବିହାରର ସୀତାମାଢିର ବାସିନ୍ଦା ଥିଲେ ଏବଂ ଅମନ ଠାକୁର ଦିଲ୍ଲୀର କରାୱାଲ ନଗରର ବାସିନ୍ଦା ବୋଲି ଜଣାପଡିଛି ।
Powered by Froala Editor