ପୀତବାସ ପଣ୍ଡା ହତ୍ୟାକାଣ୍ଡର ତଦନ୍ତ ଜୋରଦାର, ଦୁଇ ଜଣଙ୍କୁ ଉଠାଇ ଆଣିଲା ପୁଲିସ
ଭୁବନେଶ୍ବର: ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟାକାଣ୍ଡର ୧୦ଦିନ ବିତିଲାଣି । ତଥାପି ମୁଖ୍ୟ ଅଭିଯୁକ୍ତଙ୍କୁ ଧରିପାରିନି ପୁଲିସ । ଏହି ଘଟଣାରେ ତଦନ୍ତ ଜୋରଦାର କରୁଥିବା ବ୍ରହ୍ମପୁର ପୁଲିସ ବିହାରରୁ ଦୁଇ ଜଣଙ୍କୁ ଉଠାଇ ଆଣିଛି । କୁହାଯାଉଛି ଯେ ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣେ ସାର୍ପ ସୁଟର ହୋଇଥିବା ବେଳେ ଅନ୍ୟ ଜଣେ ରେକି ଟିମରେ ସାମିଲ ଥିବା ସୂଚନା ମିଳିଛି । ବିହାରରୁ ବନ୍ଧୁକ ଆଣି ପୀତବାସଙ୍କୁ ହତ୍ୟା କରାଯାଇଥିବା ଚର୍ଚ୍ଚା ହେଉଛି ।
Powered by Froala Editor